ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ

add-all

ହିଞ୍ଜିଳିକାଟୁ ୧୬/୪ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ନିହାର ରଞ୍ଜନ ପଣ୍ଡା ଙ୍କ ତତ୍ବାବଧାନରେ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ର ସଭାପତି ଡ଼ ଭଗବାନ ଗନ୍ତାୟତ, ଓ ଉପାଧ୍ୟକ୍ଷ ଲିଲି ରାଣି ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ପ୍ରଯୁକ୍ତି ବିଦ୍ୟାର ପ୍ରଭାବ ଉପରେ ଅତିଥି ଵୃନ୍ଦ ଆଲୋକପାତ କରିଥିଲେ।ମୁଖ୍ୟପର୍ଯ୍ୟାବେକ୍ଷକ ଭାବେ ଅତିରିକ୍ତ ପ୍ରଫେସର ବିଶ୍ଵନାଥ ପୃଷ୍ଟି ଯୋଗ ଦେଇ ପ୍ରଦର୍ଶନୀ ମେଳାକୁ ପର୍ଯ୍ୟାବେକ୍ଷଣ କରିଥିଲେ।ପ୍ରତି ବିଷୟ ବର୍ଗରୁ ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଶିକ୍ଷାର୍ଥୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରଷ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଜିତ କୁମାର ପାଢୀ ପରିଚାଳନା କରିଥିବା ବେଳେ‌ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସହ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.