ବେଆଇନ ବାଲି ଚାଲାଣକୁନେଇ ପ୍ରଶାସନ ବିରୁଦ୍ଧରେ ଗ୍ରାମବାସୀଙ୍କ ଜନ ଆନ୍ଦୋଳନ

ଗୁତା ଦାରଙ୍କୁ ଆକ୍ରମଣ ଓ ହତ୍ୟା ଧମକ…!

add-all

ହିଞ୍ଜିଳିକାଟୁ ୧୭/୪ : ଶେରଗଡ଼ ତହସିଲ ଅଧିନ ଆସିକା ଥାନା ଅନ୍ତର୍ଗତ ପିତଳ ଗୁଡିସର ରୁଷିକୁଲ୍ୟ ନଦୀଘାଟ ଗ୍ରାମପଚାଂୟତରେ ଚାଲିଥିବା ବାଲି ଚାଲାଣକୁ ବିରୋଧ କରି ଆଜି ଗୁଡ଼ିକର,ପିତଳ, ଆଖପାଖ ଗ୍ରାମରେ କିଛି ଗ୍ରାମବାସୀ ବାଲି ଖାନକୁ ବାଲି ଲୋଡ ପାଇଁ ଯାଇଥିବା ଟ୍ରକ୍ ଗୁଡିକୁ ଅଟକାଇବା ସହ ଗ୍ରାମବାସୀଙ୍କ ପକ୍ଷରୁ ଜନ ଆନ୍ଦୋଳନ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଚାପା ଉତେଜନା ଦେଖା ଯାଇଥିଲା ଆସିକା ପୁଲିସ ଘଟଣାସ୍ଥଳରେ ପହଂଚିବା ସହ ଘଟଣା ନେଇ ଗୁତାଦାର ଦାଦାବଟି ନଦେଲେ ହତ୍ୟା ଧମକ ଭଳି ସଙ୍ଗିନ ଅଭିଯୋଗ କୁ ନେଇ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି ।ଅନ୍ୟପକ୍ଷରେ ଗୁତାଦାର ଙ୍କ ଅଭିଯୋଗ କ୍ରମେ ଆସିକା ପୋଲିସ ଏନେଇ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ଆସିକା ଥାନା ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ଠାରୁ ପ୍ରକାଶ। ଉକ୍ତ ବାଲି ଘାଟ କୁ ନେଇ ବାଦବିବାଦ ଉପୁଜୁଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ବାଲି ଗୁତାଦାର ଙ୍କ ଠାରୁ ମାସିକିଆ ମୋଟା ଅଙ୍କର ସଲାସୁତୁରା ରେ ଘଣ୍ଟ ଘୋଡାଉଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ସୋମବାର ଆସିକା ଥାନା ପାକିଡି ରୁଷିକୁଲ୍ୟ ନଦୀ ବାଲିଘାଟରୁ ବାଲି ଉତ୍ତୋଳନ କରାଯାଉଥିବା ଵେଳେ ବାଲି ଘାଟକୁ ବନ୍ଦ କରିବାକୁ କହିଥିଲେ । ଲିଜଧାରୀ ମାନେ ଯୋର ଜବରଦସ୍ତ ବାଲି ଉଠାଇବା ଦେଖି ଗ୍ରାମର କେତେକ ଲୋକେ ଏହାର ପ୍ରତିବାଦ କରିଥିଲେ । ସରକାରୀ ନିୟମ ଅନୁଯାଇ ବାଲି ଉତୋଳନ କରିବାକୁ ଅଡି ବସି ରୋଡ ମ୍ୟାପ ଅନୁଯାଇ ଗାଡି ଚଳାଇବାକୁ ଦାବି କରିଥିଲେ । ଏପରିକି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ରାସ୍ତାରୋକ କରିବା ପାଇଁ ଆନ୍ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି । ଲିଜଧାରୀ ବାଲିଘାଟ ଲିଜ ନେଇ କୈଣସି ସୁଚନାଫଳକ ନଥିବା ଓ ବାଲିଘାଟ ପରିସିମା ନଦର୍ଶାଇ ମନଈଛା ସରକାରୀ ନିର୍ଦ୍ଦେଶକୁ ଅବଜ୍ଞା କରି ରାତିଦିନ ବାଲି ଉତ୍ତୋଳନ କରିବା ଓ ଗ୍ରାମରେ ଗାଡି ଚାଳକ ମଦ୍ୟପାନ କରି ଗାଡି ଚଳାଚଳ କରୁଥିବାରୁ ଛୋଟ ବଡ ଦୁର୍ଘଟଣା ଘଟୁଛି।ତଳିଆ କର୍ମଚାରୀଙ୍କୁ ହାତ ଗୁଞ୍ଜା ଦେଇ ଏପରି ବେନିୟମ କାର୍ଯ୍ୟ କରୁଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ପ୍ରଶାସନିକ ଅଧିକାରୀମାନେ ଜାଣିଶୁଣିବାଲି ଲିଜ ଧାରିଙ୍କୁ ବେଆଇନ ସାହାଯ୍ୟ କରି ଦୈନନ୍ଦିନ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ବ ହାନି କରୁଥିବା ଅଭିଯୋଗ କରିଛନ୍ତି।ଗୁତାଦାର ଙ୍କୁ ମାସିକ ଏକ ଲକ୍ଷ ଟଙ୍କା ଦାଦାବଟି ମାଗିବା ପରେ ବଟି ନଦେବାରୁ ଏଭଳି ପୟିସ୍ଥିତି ସୃଷ୍ଟି ହୋଇଥୁବା ଗୁତାଦାରଙ୍କ ଠାରୁ ପ୍ରକାଶ।

ad-week
Leave A Reply

Your email address will not be published.