ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ନୀତି ପାଳିତ

add-all

ପୁରୀ : ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ । ଶ୍ରୀମନ୍ଦିରରେ ଶ୍ରୀଲୋକନାଥଙ୍କ ଅଶୋକାଷ୍ଟମୀ ନୀତି ପାଳିତ ହୋଇଛି । ଶ୍ରୀଲୋକନାଥ ହେଉଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ। ମହାପ୍ରଭୁଙ୍କ ଭଣ୍ଡାର ଗୃହରେ ଲୋକନାଥଙ୍କ ଚଳନ୍ତି ପ୍ରତିମା ପୂଜା ପାଇଥାନ୍ତି। ମହାପ୍ରଭୁଙ୍କ ସକାଳ ଧୂପ ପରେ ଭଣ୍ଡାର ଘରୁ ଲୋକନାଥ ଦେବଙ୍କୁ ମହାଜନ ସେବକ ହାତରେ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରାଯାଇଥିଲା ।

ପରେ ଲୋକନାଥଙ୍କୁ ପାଲିଙ୍କିରେ ଈଶାନେଶ୍ୱରଙ୍କ ମନ୍ଦିରକୁ ନିଆଯାଇଥିଲା । ସେଠାରେ ସମସ୍ତ ନୀତିକାନ୍ତି ଶେଷ କରାଯାଇ ଲୋକନାଥ ଦେବ ପାଲିଙ୍କିରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ। ସେଠାରେ ଲୋକନାଥଙ୍କ ଭୋଗ, ବନ୍ଦାପନା, ଅଶୋକକଳିକା ମଣୋହି ଆଦି ନୀତି କରାଯାଇଛି।

ad-week
Leave A Reply

Your email address will not be published.