SCBରୁ ଫେରାର୍ କଏଦୀଙ୍କ ଝୁଲନ୍ତା ମୃତଦେହ ଯାଜପୁରରୁ ଉଦ୍ଧାର

add-all

କଟକ ବଡ଼ ମେଡ଼ିକାଲରୁ ଫେରାର କଏଦୀଙ୍କ ମୃତଦେହ ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଗିରିଙ୍ଗାମାଳି ଜଙ୍ଗଲରୁ ଉଦ୍ଧାର କରାଯାଇଛି। ମୃତ କଏଦୀ ଜଣଙ୍କ ହେଲେ ସ୍ଥାନୀୟ ଅଞ୍ଚଳର ଶୁକ୍ରା ମୁଣ୍ଡା।

ଶୁକ୍ରା ଏକ ହତ୍ୟା ମାମଲାରେ ଦଣ୍ଡିତ ହୋଇ ଆଠଗଡ଼ ରାଧାରମଣପୁର ମଡେ଼ଲ ଜେଲରେ ଆଜୀବନ ସଜା କାଟୁଥିଲେ। ତାଙ୍କ ଦେହ ଅସୁସ୍ଥ ହେବାରୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ଗତକାଲି କଟକ ବଡ଼ ମେଡ଼ିକାଲରୁ ଫେରାର ହୋଇଯାଇଥିଲେ ଶୁକ୍ରା। ପୁଲିସ ତାଙ୍କୁ ଖୋଜାଖୋଜି କରୁଥିଲା।  ଆଜି ସକାଳେ ଗିରିଙ୍ଗାମାଳି ଜଙ୍ଗଲରୁ ଏକ ଗଛରୁ ଶୁକ୍ରାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯା଼ଇଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.