ଝାରସୁଗୁଡ଼ାରେ କୋର୍ଟ ଛାତ ଉପରୁ ଡେଇଁ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

add-all

ଝାରସୁଗୁଡ଼ା: ଛାତ ଉପରୁ ଡେଇଁ ଜଣେ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବାର ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ଜଣଙ୍କ ହେଲେ ବେଲପାହାଡ଼ ଥାନା ଅନ୍ତର୍ଗତ ଜୁନାଡ଼ିହି ଗାଁର ସନାତନ ସିଂ।

ସୂଚନା ଅନୁସାରେ ଗତବର୍ଷ ଏପ୍ରିଲ ମାସରେ ପକସୋ ମାମଲାରେ ସନାତନ ସିଂ ଗିରଫ ସହ କୋର୍ଟ ଚାଲାଣ ହୋଇଥିଲେ। ଆଜି ଶୁଣାଣି ଥିବା ବେଳେ କୋର୍ଟ ଭ୍ୟାନ୍‌ରେ କୋର୍ଟକୁ ଆସିଥିଲେ। କୋର୍ଟ ପ୍ରକ୍ରିୟା ଚାଲିଥିବା ବେଳେ ଅଭିଯୁକ୍ତ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ad-week
Leave A Reply

Your email address will not be published.