ଭାଜପା ପକ୍ଷରୁ ଚିତ୍ରକୋଣ୍ଡା ବିଧାନସଭା ବିଧାୟକ ଆସନ ହାତେଇଲେ ଡମ୍ବରୁ ଶୀଶା…

add-all

ମାଲକାନଗିରି :ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାନସଭା ବିଧାୟକ ଆସନ ପାଇଁ ବିଦ୍ଧିବଦ୍ଧ ଭାବେ ରାଜ୍ଯ ବିଜେପି ଡ଼ମ୍ବୁରୁ ଶୀସା ଙ୍କ ନାମ ଘୋଷଣା କରିଛି ରାଜ୍ୟ ବିଜେପି । ୨୦୦୯ ମସିହାରେ ଚିତ୍ରକୋଣ୍ଡା ବିଧାନ ସଭା ଆସନରୁ ବିଜେଡି ପକ୍ଷରୁ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ହାରିବା ପରେ ପୁନର୍ବାର ୨୦୧୪ ମସିହା ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୫ବର୍ଷ ବିଜେଡ଼ି ଦଳରେ ସକ୍ରିୟ ରହି କାର୍ଯ୍ୟ କରି ଆସୁଥିଲେ ମଧ୍ୟ ଶେଷରେ ଦଳରୁ ସେ ଟିକଟ ପାଇ ପାରିନଥିଲେ । ଏଥର ପୁଣି ବିଜେଡ଼ି ଦଳ ପକ୍ଷରୁ ପ୍ରତିଦ୍ବନ୍ଦିତା କରିବା ନେଇ ବହୁ ଚେଷ୍ଟା କରି ଶେଷରେ ନିରାଶ ହୋଇ କିଛିଦିନ ପୂର୍ବେ ତାଙ୍କ ଇସ୍ତଫା ପତ୍ର ବିଜେଡ଼ି ସୁପ୍ରମୋ ଙ୍କ ନିକଟକୁ ପଠାଇ ନିଜକର୍ମୀଙ୍କ ସହ ବିଜେପି ରେ ଯୋଗ ଦେଇଥିଲେ। ଶେଷରେ ସମସ୍ତ ପ୍ରତୀକ୍ଷା ର ଅନ୍ତ ଘଟାଇ ଆଜି ବିଜେପି ଦଳ ପକ୍ଷରୁ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ପାର୍ଥୀ ରୁପେ ଘୋଷଣା କଲା ରାଜ୍ଯ ବିଜେପି । ସେ ଜଣେ ବଣ୍ଡା ସଂପ୍ରଦାୟର ହୋଇଥିବାରୁ ବିଜେପି ପକ୍ଷରୁ ଚିତ୍ରକୋଣ୍ଡା ବିଧାନ ସଭା ଆସନ ପାଇଁ ଟିକେଟ ପାଇ ଥିବାରୁ ଆଜି ବଣ୍ଡାଘାଟି ଅଞ୍ଚଳ ରେ ଖୁସିର ଲହରି ଖେଳି ଯାଇଛି ।

ad-week
Leave A Reply

Your email address will not be published.