ମଟର ସାଇକେଲ ଦୁର୍ଘଟଣାରେ ଜଣେ ମୃତ

add-all

ଦାରିଙ୍ଗବାଡି,୧୭/୪ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସୋନପୁର ଗ୍ରାମର ବିକ୍ରମ ଦଣ୍ଡସେନାଙ୍କ ପୁଅ ଟୁଟୁ ଦଣ୍ଡସେନା ଗତକାଲି ସନ୍ଧ୍ୟାରେ ଗ୍ରାମ ନିକଟରେ ଥିବା ଗାହକିଆ ଗ୍ରାମକୁ ବ୍ୟକ୍ତିଗତ କାମରେ ଯାଉଥିଲେ। ହେଲେ ଦବେଡି ଗ୍ରାମ ନିକଟ ଗୁଡ୍ରିପଡ଼ି ଶଙ୍ଖ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛକୁ ଧକା ଦେଇ ଗୁରୁତର ଆହତ ହୋଇଥିଲେ। ପରିବାର ସଦସ୍ୟ ଆହତ ଅବସ୍ଥାରେ ଘରକୁ ଆଣି ଥିଲେ । ହେଲେ ପରିବାରର ସଦସ୍ୟ ସାମାନ୍ୟ ଆଘାତ ଭାବି ମଲମ ଲଗାଇ ଡାକ୍ତଖାନା ନନେଇ ରାତ୍ର ନିଜ ଘରେ ରଖିଥିଲେ। ସକାଳୁ ଟୁଟୁ ଗୁରୁତର ହୋଇ ଥିବାରୁ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥଲେ। ପ୍ରାଥମିକ ଚିକିତ୍ସା ପରେ ଟୁଟୁ ଗୁରୁତ୍ୱର ହେବାରୁ ବ୍ରହ୍ମପୁର ମେଡିକାଲକୁ ରେଫର କରା ଯାଇ ଥିଲା। ଅଧା ରାସ୍ତାରେ ଟୁଟୁ ମୃତ୍ୟୁ ହୋଇଥିବା ଜାଣି ଫେରାଇ ଆଣି ଦାରିଙ୍ଗବାଡ଼ି ଥାନାରେ ଅରୁଣ ଦଣ୍ଡସେନା (ମୃତକର ଭାଇ) ଲିଖିତ ଅଭିଯୋଗ କରିଥିଲେ। ଥାନାରେ ଏକ ମକଦମା ରୁଜୁକରି ବ୍ୟବଚ୍ଛେଦ ପରେ ପରିବାରର ସଦସ୍ୟଙ୍କୁ ହସ୍ତାନ୍ତର କରିଥିବା ଏସଆଇ ଜିତେନ୍ଦ୍ର କୁମାର ବେହେରା ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.