୩୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

add-all

ଭୁବନେଶ୍ବର : ରାଜ୍ୟରେ ଆଜି ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଭୁବନେଶ୍ୱର ପାଲଟିଛି ସବୁଠୁ ଉତ୍ତପ୍ତ ସହର। ଏଠାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ରହିଥିଲା। ଏପ୍ରିଲ ୫ ତାରିଖରେ ଭୁବନେଶ୍ୱରର ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୫ ଡିଗ୍ରୀ ରହିଥିଲା।
ଭୁବନେଶ୍ୱର ତଳକୁ ରହିଛି ବୌଦ୍ଧ। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବାଲେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୪୧.୨, କଟକରେ ୪୧.୪, ଅନୁଗୋଳରେ ୪୩.୩, ବାରିପଦାରେ ୪୨.୬, ଝାରସୁଗୁଡ଼ାରେ ୪୨.୮, କେନ୍ଦୁଝରଗଡ଼ରେ ୪୦.୯, ସମ୍ବଲପୁରରେ ୪୨.୨, ସୁନ୍ଦରଗଡ଼ରେ ୪୧.୪, ହୀରାକୁଦରେ ୪୧.୬, ତାଳଚେରରେ ୪୨.୨, ଭବାନୀପାଟଣାରେ ୪୨, ଫୁଲବାଣୀରେ ୪୦.୪, ଟିଟିଲାଗଡ଼ରେ ୪୨.୫, ମାଲକାନଗିରିରେ ୪୨.୫, ସୋନପୁରରେ ୪୦.୭, ନୟାଗଡ଼ରେ ୪୨, ଛତ୍ରପୁରରେ ୪୦.୮, ପାରଳାଖେମୁଣ୍ଡିରେ ୪୧.୮, ଭଦ୍ରକରେ ୪୧, ଯାଜପୁରରେ ୪୧.୮, ଢେଙ୍କାନାଳରେ ୪୨, ବରଗଡ଼ରେ ୪୧.୨, ନୂଆପଡ଼ାରେ ୪୨.୨, ନବରଙ୍ଗପୁରରେ ୪୧, ଖୋର୍ଦ୍ଧାରେ ୪୨.୫, ଜଗତସିଂହପୁରରେ ୪୨.୩, କେନ୍ଦ୍ରାପଡ଼ାରେ ୪୧.୪ ଓ ରାଉରକେଲାରେ ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୩ ଦିନରେ ଦିନର ସର୍ବୋଚ୍ଚ ତାପମାତ୍ରାରେ କିଛି ବଡ଼ ପରିବର୍ତ୍ତନ ହେବ ନାହିଁ। ତା’ପରେ ରାଜ୍ୟର ଅନେକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରାରେ ୨ରୁ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.