ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘୁଣୀ ସ୍ନେହାର ମୃତ୍ୟୁ

add-all

ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘୁଣୀ ସ୍ନେହାର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାକୁ ୧୪ ବର୍ଷ ହୋଇଥିଲା। ତା’ର ମୃତ୍ୟୁ ସହିତ ନନ୍ଦନକାନନରେ ଏବେ ବାଘଙ୍କ ସଂଖ୍ୟା ୨୭କୁ ଖସି ଯାଇଛି। ଧଳା ବାଘ କୁସୁମ ଓ ନିଶାନର ଔରସରୁ ଜନ୍ମ ନେଇଥିଲା ସ୍ନେହା।
ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, ସ୍ନେହା ବାଘୁଣୀକୁ ୧୪ ବର୍ଷରୁ ଅଧିକ ବୟସ ହୋଇଯାଇଥିଲା। ଚିଡ଼ିଆଖାନାରେ ଯେଉଁ ବାଘ, ବାଘୁଣୀମାନେ ରହନ୍ତି ସେମାନଙ୍କ ଜୀବନକାଳ ୧୪ରୁ ୧୭ ବର୍ଷ ହୋଇଥାଏ। ଜଙ୍ଗଲରେ ରହୁଥିବା ବାଘ,ବାଘୁଣୀମାନେ ୧୪ ବର୍ଷ ବେଳକୁ ମଧ୍ୟ ମରି ଯାଆନ୍ତି। ବାର୍ଦ୍ଧକ୍ୟ ‍ଜନିତ ରୋଗ ଯୋଗୁ ସ୍ନେହାର ମୃତ୍ୟୁ ହୋଇଛି। ତା’ର ଶବ ବ୍ୟବଚ୍ଛେଦ ଶେଷ ହୋଇସାରିଛି। ବୟସାଧିକ ଜନିତ ରୋଗ ଯୋଗୁ ତା’ର ମୃତ୍ୟୁ ଘଟିଥିବା ସେଥିରୁ ଜଣାପଡ଼ିଛି।

ଶ୍ରୀ ନନ୍ଦ ଆହୁରି କହିଛନ୍ତି, ଏବେ ନନ୍ଦନକାନନରେ ୩ଟି ଧଳା ବାଘ ଓ ୩ଟି ଧଳା ବାଘୁଣୀ ଅଛନ୍ତି। ଯେକୌଣସି ପ୍ରାଣୀଉଦ୍ୟାନ ପାଇଁ ଏହା ଏକ ଭଲ ସଂଖ୍ୟା। ସେମାନଙ୍କ ମିଳନରୁ ପୁଣି ଧଳା ବାଘ ଜନ୍ମ ହେବେ।

ad-week
Leave A Reply

Your email address will not be published.