ଫ।ର୍ମାସିଷ୍ଟ ଓ ଲାବୋରଟୋରି ଟେକନିସିଆନମାନଙ୍କ ତାଲିମ କର୍ମଶାଳା

add-all

ଭୁବନେଶ୍ଵର: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ରାଜ୍ୟରେ ଅବସ୍ଥାପିତ କର୍ମଚାରୀ ରାଜ୍ୟ ବୀମା ଯୋଜନା ଡାକ୍ତରଖାନାମାନଙ୍କରେ କାର୍ଯ୍ୟ କରୁଥିବା ଫ।ର୍ମାସିଷ୍ଟ ଓ ଲାବୋରଟୋରି ଟେକନିସିଆନମାନଙ୍କ ନିମନ୍ତେ ଏକ ଦ୍ଵିଦିବସୀୟ ତାଲିମ କର୍ମଶାଳା ରାଜ୍ୟ ଶ୍ରମ ସଂସ୍ଥାନରେ ଉଦଘାଟିତ ହୋଇଯାଇଛି । ଏହି କର୍ମଶାଳା ଦୁଇ ଦିନ ଧରି ଚାଲିବ ।
ଏହି ତାଲିମ କର୍ମଶାଳାର ପ୍ରଥମ ଦିବସର ଉଦଘ।ଟନୀ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ସଂସ୍ଥାନ ଉପାଧ୍ୟକ୍ଷ ଏବଂ ଶ୍ରମ ବିଭାଗ କମିଶନର ତଥା ଶାସନ ସଚିବ ଆର.ଏସ୍ ଗୋପାଳନ ଉଦଘାଟନ କରିଥିଲେ ।ଅଶୋକ କୁମାର ପଣ୍ଡା, ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ, କର୍ମଚାରୀ ରାଜ୍ୟ ବୀମା ଯୋଜନା, ଓଡ଼ିଶା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସଂସ୍ଥାନ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ନୀତି ରଂଜନ ସେନ୍ କର୍ମଶାଳ।କୁ ସଂଚାଳନ କରିଥିଲେ । ଡାକ୍ତର ଜଗତ ଜୀବନ ପତି, ଯୁଗ୍ମ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କର୍ମଶାଳାରେ ସମୁଦାୟ ୩୬ ଜଣ ଭୈଷଜିକ (ଫ।ର୍ମାସିଷ୍ଟ) ଓ ପ୍ରୟୋଗଶାଳା ପ୍ରଜୋଜକ (ଲାବୋରଟୋରି ଟେକନିସିଆନ) ଯୋଗଦାନ କରିଛନ୍ତି । ଆସନ୍ତା କାଲି ଏହି କର୍ମଶାଳାର ଅନ୍ତିମ ଦିବସ ।

ad-week
Leave A Reply

Your email address will not be published.