ଭାଇସ୍ ଆଡମିରାଲ ଦୀନେଶ କେ ତ୍ରିପାଠୀ ନୌସେନାର ପରବର୍ତ୍ତୀ ମୁଖ୍ୟ ନିଯୁକ୍ତ

add-all

ନୂଆଦିଲ୍ଲୀ : ଭାରତୀୟ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ଦୀନେଶ କେ ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ମାସ ୩୦ ତାରିଖରେ ଅବସର ନେଉଥିବା ଆଡମିରାଲ ଆର ହରି କୁମାରଙ୍କ ସ୍ଥାନରେ ସେ ଦାୟିତ୍ୱ ତୁଲାଇବେ। ନୌସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ତ୍ରିପାଠୀ ପଶ୍ଚିମ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବେ କାର୍ଯ୍ୟ କରିଛନ୍ତି। ଜଣେ ଯୋଗାଯୋଗ ଏବଂ ବୈଦ୍ୟୁତିକ ଯୁଦ୍ଧ ବିଶେଷଜ୍ଞ ଭାବେ ଭାଇସ୍ ଆଡମିରାଲ ଦୀନେଶ କେ ତ୍ରିପାଠୀ ନୌସେନାର ଆଗଧାଡ଼ିର ଯୁଦ୍ଧ ଜାହାଜରେ ସିଗନାଲ କମ୍ୟୁନିକେସନ୍ ଅଫିସର ଏବଂ ଇଲେକ୍ଟ୍ରୋନିକ୍ ୱାର୍ଫେୟାର ଅଫିସର ଭାବରେ କାର୍ଯ୍ୟ କରିଛନ୍ତି ଏବଂ ପରେ ଗାଇଡେଡ୍ ମିସାଇଲ ଡିଷ୍ଟ୍ରୋୟର ଆଇଏନଏସ୍ ମୁମ୍ବାଇର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପ୍ରଧାନ ଯୁଦ୍ଧ ଅଧିକାରୀ ଭାବରେ କାର୍ଯ୍ୟ କରିଛନ୍ତି। ସେ ଭାରତୀୟ ନୌସେନା ଜାହାଜ ବିନାଶ, କିର୍ଚ ଏବଂ ତ୍ରିଶୁଲର ନେତୃତ୍ୱ ନେଇଥିଲେ।
ଭାଇସ୍ ଆଡମିରାଲ ତ୍ରିପାଠୀ କର୍ତ୍ତବ୍ୟ ନିଷ୍ଠା ପାଇଁ ଅତି ବିଶେଷ ସେବା ପଦକ ଏବଂ ନୌସେନା ପଦକ ପାଇଛନ୍ତି।

ad-week
Leave A Reply

Your email address will not be published.