ନେଦରଲ୍ୟାଣ୍ଡ ଓ ଏଫଡି ରିପବ୍ଲିକ ଅଫ ଈଥିଓପିଆର ବିଦେଶୀ ପ୍ରତିନିଧିଙ୍କ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ପରିଦର୍ଶନ

add-all

ହିଞ୍ଜିଳିକାଟୁ ୧୯/୪ : ନେଦରଲ୍ୟାଣ୍ଡ ଓ ଏଫଡି ରିପବ୍ଲିକ ଅଫ ଈଥିଓପିଆର ବିଦେଶୀ ପ୍ରତିନିଧି ଙ୍କ ଗଞ୍ଜାମ ଜିଲା ଗସ୍ତରେ ଆସି ହିଞ୍ଜିଳିକାଟୁ ପୌରପରିଷଦ ଧୁସରଜଳ ପରିଚାଳନା,ସହରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାଓ କାର୍ଯ୍ୟକଳାପ ସ୍ଲେଜ ମେନେଜମେଣ୍ଟ ବିଷୟ ନେଇ ଶୁକ୍ରବାର ହିଞ୍ଜିଳିକାଟୁ ମୁନିସୀପାଲଟି ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଭାଲେଣ୍ଟାଇନ ପୋଷ୍ଟ ଅଭିବୃଦ୍ଧି ନିର୍ଦ୍ଦେଶକ , ନଵସୃଜନ ଏଫ୍ ଏମ ନେଦରଲ୍ୟାଣ୍ଡ, ଇଥିଓପିଆର ଦେଶ ସଂଯୋଜଅମାନୁଏଲ ଟେଫେସ ଙ୍କ ସହ ୪ଜତ ପ୍ରତିନିଧି, ଅଧ୍ୟକ୍ଷ,ଓ ଅଧିକାରୀ ମାନେ ପରିଦର୍ଶନ ସମୟରେ କେନ୍ଦ୍ର ର ନିୟୋଜିତ ଭାଗିଦାରୀ ଙ୍କ ସହ ସେମାନଙ୍କ ଅଭିଜ୍ଞତା ଆଦାନ ପ୍ରଦାନ କରିଥିଲେ।

ଫିନିସ ମୋଣ୍ଡିଆଲ ହେଉଛି ଏକ ୬ ଦେଶର ପ୍ରୋଜେକ୍ଟ ଯାହା ହିତାଧିକାରୀ ଙ୍କ ଆଭିମୁଖ୍ୟ ବଦଳାଇବାରେ ସହାୟକ ହୋଇଥାଏ।ପରିମଳ କ୍ଷେତ୍ରରେ ସମଗ୍ର ମୁଲ୍ୟ ଶୃଙ୍ଖଳା କୁ ଅନ୍ତର୍ଭୁକ୍ତ କରିବା।ଜଳ ପରିମଳ ଏବଂ ସ୍ଵଛତା ୱାସ ସହାୟକ ହେବ ବୋଲି ପ୍ରତିନିଧିମାନେ ପ୍ରକାଶ କରିଛନ୍ତି ଖୁସିବ୍ୟକ୍ତ କରିଥିଲେ।ଏହି ଗସ୍ତ ରେ ହିଞ୍ଜିଳିକାଟୁ ପ୍ୟୈରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା, ପ୍ରଦୀପ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାସ, ଦିଲ୍ଲିପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.