ନିମାପଡ଼ାରେ ବିଜେଡ଼ିକୁ ଲାଗିପାରେ ଶକ୍ତ ଝଟକା…

add-all

ନିମାପଡ଼ା:- ନିର୍ବାଚନ ଯେତେ ନିକଟତର ହେଉଛି ନିମାପଡ଼ାରେ ପରିସ୍ଥିତି ସେତେ ଜଟିଳ ହେବାରେ ଲାଗିଛି। ଦୀର୍ଘ ୪୨ ବର୍ଷ ରାଜନୈତିକ ଜୀବନରେ କେବେ ହାରିନଥିବା ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ଲଗାତାର ତିନିଥର ବିଜେଡ଼ି ଦଳରୁ ଜିତିଥିବା ବିଧାୟକ ବାବୁ ସମୀର ରଞ୍ଜନ ଦାଶଙ୍କୁ ଏଥର କିନ୍ତୁ ଦଳ ଭରସା ନ କରି ଟିକେଟ ନ ଦେଇ ନୂଆ ମୁହଁ ହିସାବରେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ଦିଲ୍ଲୀପ ନାୟକ ଯିଏ କି ୨୦୧୯ ମସିହା ନିର୍ବାଚନରେ କଂଗ୍ରେସରୁ ଟିକେଟ ପାଇ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିଲେ। ପରେ କଂଗ୍ରେସ ଛାଡି ବିଜେପି ରେ ଯୋଗ ଦେଇ ୨ ବର୍ଷ ୬ ମାସ କାର୍ଯ୍ୟ କରିବା ପରେ ଟିକେଟ ନ ମିଳିବାରୁ ବିଜେପି ଛାଡି ବିଜେଡିରେ ଯୋଗଦେଲେ। କୌଶଳକ୍ରମେ ବିଜେଡିରୁ ନିମାପଡା- ଗୋପ ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଟିକେଟ ମଧ୍ୟ ହାତେଇ ନେଲେ। ଲଗାତାର ହ୍ୟାଟ୍ରିକ ବିଜୟ ଓ ଶିକ୍ଷାମନ୍ତ୍ରୀ ଦାୟିତ୍ଵ ତୁଲାଇଥିବା ପୂର୍ବତନ ବିଜେଡ଼ି ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକ ଓ କାର୍ଯ୍ୟକର୍ତ୍ତା ଏବେ ବାବୁ ଦିଲ୍ଲୀପ ନାୟକଙ୍କୁ କୌଣସିମତେ ଗ୍ରହଣ କରି ପାରୁନଥିବା ଏବଂ ଦିଲ୍ଲୀପ ନାୟକଙ୍କ ଟିକେଟ କାଟି ସମିରଙ୍କୁ ଟିକେଟ ଦେବା ନିମନ୍ତେ ନିମାପଡ଼ା ବାରବାଟି ପଡ଼ିଆରେ ତା -୨୦/୦୪/୨୦୨୪ ରିଖ ୩୦୦୦୦ ସମର୍ଥକ ଏବଂ କାର୍ଯ୍ୟକର୍ତ୍ତା ଏକ ବିଶାଳ ସମାବେଶ ଆୟୋଜନ କରିଛନ୍ତି। ବୁଦ୍ଧିଜୀବୀ ମହଲରେ ବର୍ତ୍ତମାନ ବିଜେଡ଼ି ନିମାପଡ଼ାରେ ଅମାନତ ହରେଇବ ନା ବିଜୟ ଲାଭ କରିବ ସେ ନେଇ ଦୋନ୍ଦ ଉପୁଜିବାର ସମ୍ଭାବନା ବହୁତ୍ ଅଧିକ ଅଛି। ଏପଟେ ଦିଲ୍ଲୀପ ନାୟକ ବିଜେଡ଼ି ଟିକେଟ ପାଇବା ପରେ ଦଳଡିଆଁ ମାରିଥିବା କିଛି କୁଜିନେତା ପୁରା ଖୁସି ଥିବା ବେଳେ ଏପଟେ ସମିରଙ୍କ ସମର୍ଥକ ଏବଂ ପୁରୁଣା କର୍ମୀ କିନ୍ତୁ ଦିଲ୍ଲୀପଙ୍କୁ କୌଣସି ପ୍ରକାରେ ଗ୍ରହଣ କରିପାରୁନାହାନ୍ତି। ଯାହାକି ଏବେ ନିମାପଡ଼ା ବିଜେଡ଼ି ପାଇ କଣ୍ଟା ସାଜିଛି। ଜନତାଙ୍କ ମତରେ ବାରମ୍ବାର ଦଳ ଡେଉଁଥିବା ବାବୁ ଦିଲ୍ଲୀପ ଙ୍କୁ କୌଣସି ପ୍ରକାରେ ଟିକେଟ ନ ଦେଇ ସମୀରଙ୍କୁ ଟିକେଟ ଦେବା ନିମନ୍ତେ ସାଧାରଣରେ ଆଲୋଚନା ହେଉଛି।

ad-week
Leave A Reply

Your email address will not be published.