“ପ୍ରକାଶ ଅନୁଭୂତି ପ୍ରକାଶ” ର ଲେଖେକ ତଥା ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ଙ୍କ ପୁସ୍ତକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ…

add-all

ଭୁବନେଶ୍ୱର – ପ୍ରିଣ୍ଟ ଓ ଟିଭି ମିଡ଼ିଆରେ ନିଜର ୩୦ ବର୍ଷର ଅଭିଜ୍ଞତାକୁ ନେଇ ଲେଖିଥିବା ପୁସ୍ତକ ‘ପ୍ରକାଶ ଅନୁଭୂତି ପ୍ରକାଶ’ କୁ ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ତଥା କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପୁସ୍ତକ ପ୍ରଦାନ କରିଛନ୍ତି । ସାମ୍ବାଦିକତାକୁ ପେଷା ରୂପେ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ସାମ୍ବାଦିକ ମାନଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ ଦେବା ପାଇଁ ଏହି ପୁସ୍ତକରେ ପ୍ରକାଶ ପାଇଥିବା ତାଙ୍କ ଅନୁଭୂତି ବେଶ୍ ସହାୟକ ହେବ ବୋଲି ଆଶା କରାଯାଇଛି । ଏହି ପୁସ୍ତକଟି ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ବିଶେଷ କରି ସାମ୍ବାଦିକତା ମହଲରୁ ଶୁଭେଚ୍ଛା ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ପୁସ୍ତକ ଗ୍ରହଣ କରି ପ୍ରକାଶ ପଟ୍ଟନାୟକଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ଏହି ପୁସ୍ତକ ପ୍ରକାଶ ପାଇବା ପରେ ଏହାକୁ କଳିଙ୍ଗ ଟିଭିର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଉନ୍ମୋଚନ କରିଥିଲେ ।

ad-week
Leave A Reply

Your email address will not be published.