ଅସହ୍ୟ : ରାଜ୍ୟରେ ୪୫ ଡିଗ୍ରୀ ଟପିଲା ତାପମାତ୍ରା

add-all

ଭୁବନେଶ୍ବର :  ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି  |  ଆଜି ୪୫ ଛୁଇଁଲା ବାରିପଦା ଓ ବୌଦ୍ଧର ତାପମାତ୍ରା। ଏହା ସହିତ ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି।

ଆଜି ଉଭୟ ବୌଦ୍ଧ ଓ ବାରିପଦାର ଦିନର ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଗତକାଲି ୪୪.୩ ସହ ଦେଶର ଉତ୍ତପ୍ତ ସହର ଥିଲା ବୌଦ୍ଧ। ଆଜି ବୌଦ୍ଧ, ବାରିପଦା ଓ ବଲାଙ୍ଗିରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ ବୋଲି ଆକଳନ କରିଥିଲା ପାଣିପାଗ ବିଭାଗ। ବୌଦ୍ଧ ଓ ବାରିପଦାରେ ତାପମାତ୍ରା ୪୫ ଡିଗ୍ରୀ ଡେଇଁଥିବା ବେଳେ ବଲାଙ୍ଗିରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩. ୬ ଡିଗ୍ରୀ ରହିଥିଲା।

ରାଜ୍ୟରେ ଆଜି ୦ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ ଉପରେ ରେକର୍ଡ ହୋଇଛି। ସେଥିରୁ ୧୩ଟି ସହରରେ ପାରଦ ୪୩ ଡିଗ୍ରୀ ବା ତା’ଠୁ ଅଧିକ ରହିଛି। 

ନୂଆପଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାଳଚେରରେ ୪୩.୬, ବଲାଙ୍ଗିରରେ ୪୩.୬, ନୟାଗଡ଼ରେ ୪୩.୫, ଅନୁଗୋଳରେ ୪୩.୫, କେନ୍ଦୁଝରଗଡ଼ରେ ୪୩.୫, ଝାରସୁଗୁଡ଼ାରେ ୪୩.୨, ହୀରାକୁଦରେ ୪୩.୧, ସମ୍ବଲପୁରରେ ୪୩, ସୁନ୍ଦରଗଡ଼ରେ ୪୩, ଟିଟିଲାଗଡ଼ରେ ୪୩, ସୋନପୁରରେ ୪୨.୭, ରାଉରକେଲାରେ ୪୨.୬, ଢେଙ୍କାନାଳରେ ୪୨, ଭବାନୀପାଟଣାରେ ୪୨, ଚାନ୍ଦବାଲିରେ ୪୧.୬, ମାଲକାନଗିରିରେ ୪୧.୬ ଓ ଭଦ୍ରକରେ ୪୧.୫ ରେକର୍ଡ କରାଯାଇଛି। 

ପାରଳାଖେମୁଣ୍ଡି, ଯାଜପୁର, ଫୁଲବାଣୀ, ବରଗଡ଼, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ରହିଥିଲା। ସେହିପରି ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଛତ୍ରପୁରରେ ୪୦ ଡିଗ୍ରୀ ରହିଥିଲା। 

ad-week
Leave A Reply

Your email address will not be published.