ଏଲନ ମସ୍କଙ୍କ ଭାରତ ଗସ୍ତ ବାତିଲ

add-all

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଆସିବେ ନାହିଁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତଙ୍କ ମଧ୍ୟରେ ଅନ୍ୟତମ ତଥା ଟେସଲା ସିଇଓ ଏଲନ ମସ୍କ। ତାଙ୍କ ଦୁଇ ଦିନିଆର ଭାରତ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ଏପ୍ରିଲ ୨୧ ଓ ୨୨ରେ ଏଲନ ମସ୍କ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ଏହା ପୂର୍ବରୁ ସେ ନିଜ ଗସ୍ତକୁ ବାତିଲ କରିଛନ୍ତି। ଭାରତ ଗସ୍ତ ବାତିଲ ନେଇ ଏଲନ ମସ୍କ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ‘ଟେସଲାର କିଛି କାର୍ଯ୍ୟ ହେତୁ ଦୁର୍ଭାଗ୍ୟବଶତଃ ଭାରତ ଗସ୍ତରେ ବିଳମ୍ବ କରିବାକୁ ପଡୁଛି। କିନ୍ତୁ ମୁଁ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ପରିଦର୍ଶନ କରିବାକୁ ନେଇ ଉତ୍ସାହିତ ଅଛି’।
ଗତ ସପ୍ତାହରେ ଭାରତ ଗସ୍ତ ନେଇ ଏଲନ ମସ୍କ ସୂଚନା ଦେଇଥିଲେ। ସେ ଭାରତ ଆସି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ବୋଲି କହିଥିଲେ। ଏଲନ ମସ୍କ ଭାରତରେ ଏକ ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ୨ରୁ ୩ ବିଲିୟନ ଡଲାରର ପୁଞ୍ଜି ବିନିଯୋଗ ଘୋଷଣା କରିବେ ବୋଲି ଆଶା କରାଯାଉଥିଲା।

ad-week
Leave A Reply

Your email address will not be published.