ଦୀଘା ସମୁଦ୍ର ବେଳାଭୂମିରୁ ବିରଳ ପ୍ରଜାତିର ମୃତ ଡଲଫିନ୍ ମିଳିଲା

add-all

ଭୋଗରାଇ: ପଶ୍ଚିମବଙ୍ଗ ଦୀଘା ସମୁଦ୍ର ବେଳାଭୂମିରୁ ଆଜି ବିରଳ ପ୍ରଜାତିର ଏକ ମୃତ ଡଲଫିନ୍ ଉଦ୍ଧାର କରାଯାଇଛି। ଡଲଫିନ୍‌ର ଲମ୍ବ ସାଢ଼େ ପାଞ୍ଚ ଫୁଟ, ଓଜନ ୯୫ କିଲୋଗ୍ରାମ। ଡଲଫିନ୍‌ଟି ମରି କୂଳରେ ଲାଗିଥିବା ଦେଖି ସ୍ଥାନୀୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷା ନିମନ୍ତେ ସାଇନ୍‌ସ ସିଟି ଗବେଷଣା କେନ୍ଦ୍ରକୁ ପଠାଇଥିଲେ। ସାଧାରଣତଃ ଏହି ପ୍ରଜାତିର ଡଲଫିନ୍‌ ସମୁଦ୍ରର ଗଭୀର ଜଳରାଶିରେ ବାସ କରନ୍ତି। ଏମାନଙ୍କ ଶରୀର ରଙ୍ଗ ନୀଳ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ମୃତ ଡଲଫିନ୍‌କୁ ଦେଖିବା ନିମନ୍ତେ ବେଳାଭୂମିରେ ଆଜି ପର୍ଯ୍ୟଟକମାନଙ୍କର ଭିଡ଼ ଲାଗିରହିଥିଲା।

ad-week
Leave A Reply

Your email address will not be published.