ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଦିନିକିଆ ଏଡ଼ସ ସଚେତନତା କର୍ମଶାଳା

ଛତ୍ରପୁର : ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡ କ୍ରସ୍ ଆନୁକୁଲ୍ୟରେ ଏଡ଼ସ ଓ ରେଡ ରିବନ୍ କ୍ଳବ୍ ସମ୍ପର୍କିତ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଅଜୟ କୁମାର ତ୍ରିପାଠୀ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବ୍ରହ୍ମପୁର ସ୍ଥିତ ଅରୁଣା ଅନୁଷ୍ଠାନର ନିର୍ଦ୍ଦେଶକ ଲୋକନଥ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ଅନ୍ୟତମ ଅତିଥି ଭାବରେ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ କିଶୋର କୁମାର ବେହେରା ଓ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ପୀଙ୍କି ରାଣୀ ଦେଇ ଯୋଗ ଦେଇଥିଲେ।

ମହାବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ଡ଼ ମାନସ କୁମାର ତ୍ରିପାଠୀ ଓ ଜିଲ୍ଲା ରେଡ କ୍ରସ ସମ୍ପାଦକ ଡ଼ ମିଲିମିତା ପାଢ଼ୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ବର୍ତମାନ ପରିସ୍ଥିତି ରେ ଏଡ଼ସ ରୋଗକୁ ଦମନ କରିପାରୁଥିବା ଏ ଆର ଟି ଔଷଧ ର ଉପଦୟତା ଓ ଏହି ରୋଗ ସମ୍ଭାଧିତ ଅନ୍ଧବିଶ୍ୱାସ ବିଷୟରେ ଆଲୋଚନା କରଯାଇଥିଲା। କର୍ମଶାଳା ର ଅନ୍ତିମାରେ ଡ଼ ମିଲିମିତା ପଢ଼ି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କର୍ମଶାଳାରେ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ, ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.