ଟିପିଏସ୍ଓଡିଏଲର ମହିଳା ମିଟର ଟେଷ୍ଟିଂ ଲ୍ୟାବକୁ ଏନ୍ଏବିଏଲ୍ ମାନ୍ୟତା

add-all

— ମହିଳାଙ୍କୁ କରୁଛି ସଶକ୍ତ
— ମହିଳାଙ୍କୁ ଯୋଗାଇଛି ନିଯୁକ୍ତି ସୁଯୋଗ

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ର ଆମ୍ବଗଡ଼ ସ୍ଥିତ ମହିଳା ମିଟର ଟେଷ୍ଟିଂ ଲ୍ୟାବକୁ ନ୍ୟାସନାଲ ଏକ୍ରେଡେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବ୍ରେସନ ଲାବୋରେଟୋରି (ଏନ୍ଏ ବିଏଲ୍) ପକ୍ଷରୁ ମାନ୍ୟତା ମିଳିଛି। ଗତ ବର୍ଷ ଉଦଘାଟନ ହୋଇଥିବା ଏହି ଅତ୍ୟାଧୁନିକ ଲ୍ୟାବର ସମସ୍ତ କର୍ମଚାରୀ ମହିଳା ଅଟନ୍ତି। ସ୍ଥାନୀୟ ମହିଳାମାନଙ୍କୁ ବୈଷୟିକ କ୍ଷେତ୍ରରେ ସୁଯୋଗ ଦେବା ସହ ସେମାନଙ୍କୁ ସଶକ୍ତ କରିବା ଏହାର ଉଦ୍ଦେଶ୍ୟ।

ସ୍ମାର୍ଟ୍ ମିଟରର ଗୁଣବତ୍ତା ସୁନିଶ୍ଚିତ କରିବା ପ୍ରକ୍ରିୟାରେ ଏନ୍ଏବିଏଲ୍ ମାନ୍ୟତା ଗୁରୁତ୍ବ ବହନ କରେ। ଟେଷ୍ଟିଂ ଏବଂ କାଲିବ୍ରେସନରେ ଉଚ୍ଚ ଗୁଣବତ୍ତା ସହ ଟେକ୍ନିକାଲ ମାନ ଉପରେ ଲ୍ୟାବର ଗୁରୁତ୍ୱକୁ ଯାଞ୍ଚ କରିବା ପରେ ଏହି ମାନ୍ୟତା ମିଳିଛି।  ସମ୍ପୂର୍ଣ୍ଣ ସ୍ଵୟଂ ଚାଳିତ ଲ୍ୟାବରେ ଭରସାଯୋଗ୍ୟ ଟେଷ୍ଟିଂ ସେବା ଯୋଗାଇବାରେ ଟିପିଏସଓଡିଏଲର ସାମର୍ଥ୍ୟକୁ ଏହି ମାଇଲଖୁଣ୍ଟ ପ୍ରମାଣିତ କରିବା ସହ ଉପଭୋକ୍ତାଙ୍କ ବିଶ୍ୱାସ ଓ ସନ୍ତୁଷ୍ଟିକୁ ବଢାଏ।

ଭାରତୀୟ ମାନକ ଆଧାରରେ ମିଟରଗୁଡ଼ିକର ମାନ ବଜାୟ ରଖିବାରେ ଟିପିଏସଓଡିଏଲର ମହିଳା ମିଟର ଟେଷ୍ଟିଂ ଲ୍ୟାବର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ଏନ୍ଏବିଏଲ୍ ମାର୍ଗଦର୍ଶିକା ଅନୁଯାୟୀ କାଲିବ୍ରେଟେଡ ହୋଇଥିବା ଅଟୋମେଟେଡ ଟେଷ୍ଟ ବେଞ୍ଚ ସୁବିଧା ରହିଛି। ଏହି ଲ୍ୟାବକୁ ୭ ଜଣିଆ ମହିଳା ଦଳ ପରିଚାଳନା କରୁଛନ୍ତି। ଅତ୍ୟାଧୁନିକ ଲ୍ୟାବରେ ଦୈନିକ ୧୦୦୦ ଉର୍ଦ୍ଧ୍ବ ସ୍ମାର୍ଟ୍ ମିଟର ଟେଷ୍ଟ କରିବାର କ୍ଷମତା ରହିଛି। ଏହା ସଠିକତା ଓ ଗୁଣବତ୍ତା ନିୟନ୍ତ୍ରଣ ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ଦର୍ଶାଏ।

ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି,” ବ୍ରହ୍ମପୁରର ଆମ୍ବଗଡ଼ ସ୍ଥିତ ମହିଳା ମିଟର ଟେଷ୍ଟିଂ ଲ୍ୟାବକୁ ଏନ୍ଏବିଏଲ୍ ମାନ୍ୟତା ମିଳିଥିବାରୁ ଆମେ ଗର୍ବିତ। ଉଚ୍ଚମାନର ଗୁଣବତ୍ତା ଓ ଟେକ୍ନିକାଲ ସଠିକତା ବଜାୟ ରଖିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଇବା ସହ ମହିଳାମାନଙ୍କୁ ଟେକ୍ନିକାଲ ସୁଯୋଗ ଦେଇ ସଶକ୍ତ କରିବା ଦିଗରେ ଆମର ନିଷ୍ଠାକୁ ପ୍ରମାଣିତ କରୁଛି। ଭରସାଯୋଗ୍ୟ ସେବା ଯୋଗାଇ ଉପଭୋକ୍ତାଙ୍କ ବିଶ୍ୱାସ ଓ ସନ୍ତୁଷ୍ଟି ବଢାଇବାରେ ଏହା ସହାୟକ ହେବ।”

ad-week
Leave A Reply

Your email address will not be published.