ପରୀକ୍ଷାରେ ଖୋଲାଖୋଲି କପି, ଭିଡ଼ିଓ ଭାଇରାଲ

add-all

ଭୋପାଳ: ମଧ୍ୟପ୍ରଦେଶ ମୁରୈନାରେ ପରୀକ୍ଷା ସମୟରେ ଖୋଲାଖୋଲି ଭାବେ କରାଯାଉଥିବା କପିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓ ଭାଇରାଲ ହେବା ପରେ ପ୍ରଶାସନର ହୋସ୍ ଉଡ଼ିଯାଇଛି। ପ୍ରଶାସନ ଏନେଇ ତଦନ୍ତ ଆରମ୍ଭ କରିଛି। ଭିଡ଼ିଓରେ ଦେଖାଯାଉଛି ଛାତ୍ରଛାତ୍ରୀମାନେ କପି କରୁଛନ୍ତି। ସେମାନଙ୍କୁ ଶିକ୍ଷକ ମଧ୍ୟ ସହାୟତା କରୁଛନ୍ତି।
ବାସ୍ତବରେ ଚମ୍ବଲ ଅଞ୍ଚଳରେ ମାଫିଆ ଏଭଳି ଶକ୍ତିଶାଳୀ ହୋଇଛନ୍ତି ଯେ, ସେମାନଙ୍କ ଦ୍ବାରା ଖୋଲାଖୋଲି କପି କରାଯାଉଛି। ବିଏସ୍‌ସି ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଖୋଲାଖୋଲି କପି କରିବାର ସୁଯୋଗ ପ୍ରଦାନ କରାଯାଉଛି।
ଜିଲ୍ଲା ଶିକ୍ଷା ଅଧିକାରଙ୍କ କହିବା ଅନୁସାରେ ଅମେ ଏହି ଘଟଣାର ଯାଞ୍ଚ୍ କରୁଛୁ। ଦୁଇ ତିନି ଦିନ ମଧ୍ୟରେ ସମଗ୍ର ଘଟଣାର ତଦନ୍ତ କରାଯିବ। ଜିୱାଜି ବିଶ୍ବବିଦ୍ୟାଳୟର ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଏଭଳି କପି କରୁଥିବା କୁହାଯାଉଛି।
ମୁରୈନାର ଜିଲ୍ଲାପାଳ ସି.ଭି.ପ୍ରସାଦ କହିଛନ୍ତି ଖବର ମିଳିଛି ବିଏ ଏବଂ ବିଏସ୍‌ସି ପରୀକ୍ଷାରେ କପି ହୋଇଛି। ଏହାର କେତେକ ଭିଡ଼ଓ ମଧ୍ୟ ଭାଇରାଲ ହୋଇଛି। ଏହା ଉପରେ ଜିଲ୍ଲା ପ୍ରଶାସନ ତୀକ୍ଷଣ ନଜର ରଖିଛି। ମୁଁ ନିଜେ ଏହାର ତଦନ୍ତ ପାଇଁ ଯିବି।
ଭିଡ଼ିଓ ଭାଇରାଲ ହେବା ପରେ କଂଗ୍ରେସ ନେତା ଜସବୀର ସିଂ ଗୁର୍ଜର କପି କରାଉଥିବା ମାଫିଆଙ୍କ ସହିତ ବିଜେପିର ସମର୍ଥନ ରହିଥିବା ଅଭିଯୋଗ କରିଛନ୍ତି। ଏଥିରେ ବିଜେପିର ବଡ଼ବଡ଼ ନେତାଙ୍କ ହାତ ରହିଥିବା ସେ କହିଛନ୍ତି। ଏହାର ତଦନ୍ତ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ କରିବାକୁ ସେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.