ସୀମାନ୍ତ ଛତିଶଗଡ ଜଗଦଲପୁର ଠାରେ ସୁରକ୍ଷାବାହିନୀ ଗାଡିର ସଡ଼କ ଦୁର୍ଘଟଣାରେ ୧୦ ଯବାନ ଆହତ…

add-all

ମାଲକାନଗିରି : ସୀମାନ୍ତ ଛତିଶଗଡ ଜଗଦଲପୁର ଠାରେ ସୁରକ୍ଷାବାହିନୀ ଗାଡିର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଜଗଡଦଲପୁର ଫେରିବା ବେଳେ ଯବାନଙ୍କ ଏକ ବସ୍ ଓଲଟି ପଡିଥିଲା। ବସ୍‌ରେ ଯାତ୍ରା କରୁଥିବା ୧୦ ରୁ ଅଧିକ ଯବାନ ଆହତ ହେଇଥିବା ବେଳେ ୩ ଜଣ ଯବାନ ଗୁରୁତର ଅବସ୍ଥାରେ ଅଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଡିମାରାପାଲ ଡାକ୍ତରଖାନାକୁ ପଠାଯାଇଛି। ଅନେକ ଯବାନ ଭରି ହୋଇଥିବା ବସ୍ ଓଲଟି ପଡିଥିଲା। ବସ୍ତର ଲୋକସଭା ପାଇଁ ମତଦାନ ୧୯ ଏପ୍ରିଲରେ ହୋଇଥିଲା। ଅବାଧ ଏବଂ ନିରପେକ୍ଷ ତଥା ନିରାପଦ ମତଦାନ ନିଶ୍ଚିତ କରିବାକୁ ଏହି ଅଞ୍ଚଳରେ ବହୁ ସଂଖ୍ୟକ ଯବାନ ନିୟୋଜିତ ହୋଇଛନ୍ତି। ନିର୍ବାଚନ ଶେଷ ପରେ ଯବାନମାନେ ନିର୍ବାଚନ ଦାୟିତ୍ୱ ସାରିବା ପରେ ଜଗଦଲପୁର ଜିଲ୍ଲା ମୁଖ୍ୟାଳୟକୁ ଫେରୁଥିଲେ। ଏହି ସମୟରେ ଯବାନ ମାନଙ୍କ ଦ୍ୱାରା ଭର୍ତ୍ତି ଏକ ବସ୍ ଦନ୍ତେୱାଡା ରାଇକୋଟ ନିକଟରେ ଜଗଦଲପୁର ଜାତୀୟ ରାଜପଥ ନିକଟରେ ଓଲଟି ପଡିଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ପ୍ରାୟ ୪୦ ଯବାନ ଥିଲେ। ସୂଚନା ଅନୁସାରେ, ଘରୋଇ ଗାଈ ମାନେ ସମ୍ମୁଖକୁ ଆସିବା ଯିବାରୁ ଯବାନ ଥିବା ବସ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଥିଲା।ସୂଚନା ପାଇବା ପରେ କୋଡେନାର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ସମସ୍ତ ଆହତ ମାନଙ୍କୁ ଆଶୁ ଚିକିତ୍ସା ପାଇଁ ଡିମାରାପାଲ ଡାକ୍ତରଖାନାକୁ ପଠାଯାଇଥିଲା।

ad-week
Leave A Reply

Your email address will not be published.