ପୋଖରୀରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

add-all

ଜଳେଶ୍ବର: ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବଡମନ୍ଦାରୁଣୀ ଗ୍ରାମର ଚନ୍ଦନ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ନାଁ ଜାନକୀ ଗୋଚ୍ଛାୟତ ବୋଲି ଜଣାପଡିଛି।

ସୂଚନା ଅନୁସାରେ ଜାନକୀ ଦୁଇ ଦିନ ପୂର୍ବରୁ ଘରୁ କେଉଁ ଆଡକୁ ଚାଲି ଯାଇଥିଲେ। ପରିବାର ଲୋକେ ବହୂ ଖୋଜାଖୋଜି କରିବା ପରେ ମଧ୍ଯ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା । ଆଜି ସକାଳୁ ଚନ୍ଦନ ପୋଖରୀକୁ କିଛି ଗ୍ରାମବାସୀ ଗୋଧୋଇବା ପାଇଁ ଯାଇଥିବା ବେଳେ ଜାନକୀଙ୍କ ମୃତ ଦେହ ପୋଖରୀରେ ଭାସୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ପରିବାର ଲୋକେ କମର୍ଦ୍ଦା ଥାନାକୁ ଖବର ଦେଇଥଲେ । ଖବର ପାଇ କମର୍ଦ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭୋଗରାଇ ଅଗ୍ନିଶମ ବିଭାଗ ସହାୟତାରେ ମହିଳାଙ୍କ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ପୋଖରୀକୁ ଗୋଧୋଇବାକୁ ଯିବା ବେଳେ ମହିଳାଙ୍କ ଗୋଡ ଖସି ଯାଇଥିବା ଅନୁମାନ କରାଯାଉଛି।

ad-week
Leave A Reply

Your email address will not be published.