ଓଲଟିଲା CRPF ଯବାନଙ୍କ ବସ୍, ୧୦ ଆହତ

add-all

ଛତିଶଗଡର ବସ୍ତର ଜିଲ୍ଲାରେ CRPF ଯବାନଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ। ଏଥିରେ ୧୦ ଜଣ ଯବାନ ଆହତ ହୋଇଛନ୍ତି। ନିର୍ବାଚନ ଡ୍ୟୁଟି ପାଇଁ ଯିବା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା।

ପୁଲିସ ସୂଚନାନୁସାରେ, ଏପ୍ରିଲ ୨୬ ମତଦାନ ପାଇଁ CRPF ଯବାନମାନେ ବସ୍ ଯୋଗେ ଦନ୍ତେୱାଡା ଫରସପାଲରୁ ମହାସମୁଣ୍ଡ ନିର୍ବାଚନମଣ୍ଡଳୀ ଅଭିମୁଖେ ଯାଉଥିଲେ। ଏହି ସମୟରେ ରାଇକୋଟ ଗାଁ ନିକଟରେ ଏକ ଗାଇ ବସ୍ ଆଗକୁ ଚାଲି ଆସିଥିଲା। ଫଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟି ପଡିଥିଲା।

ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ପାଞ୍ଚ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ୫ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଡିସଚାର୍ଜ କରାଯାଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ଗତକାଲି ମଧ୍ୟ ନିର୍ବାଚନ ଡ୍ୟୁଟି ସାରି ଫେରିବା ବେଳେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଏଥିରେ ୨୧ ଜଣ ପୁଲିସ ଓ ହୋମଗାର୍ଡ ଆହତ ହୋଇଥିଲେ। ମଧ୍ୟପ୍ରଦେଶରେ ଏହି ଦୁର୍ଘଟଣା ଘଟଥିଲା।  

ad-week
Leave A Reply

Your email address will not be published.