
ହିଞ୍ଜିଳିକାଟୁ : ଗତ ୨ ମାସ ଧରି ଗ୍ରୀଷ୍ମର ପ୍ରକୋପରେ ଅଞ୍ଚଳବାସୀ ଆଉଟୁପାଉଟୁ ହୋଇ ପଢୁଥିଲେ। ଗତ ସପ୍ତାହେ ଧରି ସ୍ଥାନୀୟ ଅଞ୍ଚଳର ତାପମାତ୍ରା ୪୦° ରୁ ଅଧିକ ରହି ଆସୁଥିଲା। ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ। ରବିବାର ଅପରାହ୍ନରେ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଅପରାହ୍ନରେ ବର୍ଷା ସାଙ୍ଗକୁ ପବନ ବୋହିଥିଲା। ପବନ ହେବା ଫଳରେ ହିଞ୍ଜିଳିକାଟୁ ବ୍ଳକ ବୁରୁପୋଡା ଓ ଶ୍ୟାମଳାଇ ଛକ ମଧ୍ୟବର୍ତ୍ତୀ ରାସ୍ତାରେ ଏକ ଗଛ ରାସ୍ତା ଉପରେ ପଡି ଯାଇଥିଲା । ସେହି ସମୟରେ ଶେରଗଡ଼ ଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ଅଟୋ (ଓଆର୦୭ ଆର ୩୨୬୯) ଉପରେ ଗଛଟି ପଡ଼ିଥିବାରୁ ଅଟୋଟି କ୍ଷତିଗ୍ରସ୍ତ ହେବା ସହ ଚାଳକ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତ ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରାସ୍ତା ଉପରେ ଗଛଟି ପଡି ରହିଥିବାରୁ କିଛି ସମୟ ପାଇଁ ଯାନାବାହାନ ଚଳାଚଳ ବନ୍ଦ ରହିବା ସହ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଥିଲା ।