ଶିମିଳିପାଳରେ ପହଞ୍ଚିଲେ ଓଡ୍ରାଫ ଟିମ୍

add-all

ନିଆଁର ଆଁରେ ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ଅଭୟାରଣ୍ୟର ବହୁ ସ୍ଥାନରେ ଲାଗିଛି ନିଆଁ। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି। ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟର ୩୧ଟି ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳର ୨୦ଟି ଏବଂ ଦକ୍ଷିଣ ଶିମିଳିପାଳର ୧୧ଟି ପଏଣ୍ଟରେ ନିଆଁ ଲାଗିଛି ।

ନିଆଁ ଲିଭାଇବା କାର୍ଯ୍ୟରେ ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଛି। ୩୦ ଜଣିଆ ଓଡ୍ରାଫ ଟିମ୍ ଶିମିଳିପାଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ପହଞ୍ଚିଛନ୍ତି। ଶିମିଳିପାଳରେ ନିଆଁ ଲାଗିବା ଯୋଗୁଁ ବନ୍ୟଜନ୍ତୁ ଏବଂ ମୂଲ୍ୟବାନ ଗଛ ପ୍ରତି ବିପଦ ସୃଷ୍ଟି ହୋଇଛି। ନିଆଁ ଲିଭାଇବା ପାଇଁ ପାଖାପାଖି ୩୦୦ ସ୍କ୍ୱାର୍ଡ ଗଠନ କରାଯାଇଛି।

ad-week
Leave A Reply

Your email address will not be published.