କନ୍ଧମାଳ ଓକିଲ ସଂଘ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓକିଲ ସଂଘ ଓକିଲ ଦିବସକୁ ଧୁମଧାମ ପାଳନ କରିବାକୁ ଯାଉଛି l ଏ ନେଇ ଓକିଲ ସଂଘ ପକ୍ଷରୁ ଆସନ୍ତା ଏପ୍ରିଲ ୨୮ ତାରିଖରେ ହେବାକୁ ଥିବା ଓକିଲ ଦିବସ ପରିପେକ୍ଷିରେ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ଦୌରାଜଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓକିଲ ସଂଘ ସଭାପତି ନିରୋଦ ପାତ୍ର ଓ ସମ୍ପାଦକ କୁଞ୍ଜ ବିହାରୀ ଶତପଥୀଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ପ୍ରତିଯୋଗିତା ଗୁଡିକ ମଧ୍ୟରେ ଓଡିଆ ଓ ଇଂରାଜୀ ପ୍ରବନ୍ଧ, ବକ୍ତୃତା ଏବଂ ଗୀତ ଇତ୍ୟାଦି ହୋଇଥିଲା l ଏହି ପ୍ରତିଯୋଗିତାକୁ ବରିଷ୍ଠ ଏବଂ ଅଭିଜ୍ଞ ଆଇନଜିବୀ ମାନେ ଯଥା ରବିନ୍ଦ୍ର ନାଥ ମିଶ୍ର, ଦେବେନ୍ଦ୍ର ନାୟକ, ଲକ୍ଷ୍ମୀନାରାୟଣ ଦୋରା, ଦେବୀ ପ୍ରସାଦ କର, ମନୋଜ ପଟ୍ଟନାୟକ, ଦୀପକ କୁମାର ରଥ,ଦୂର୍ଗା ଶଙ୍କର ପଟ୍ଟନାୟକ, ପ୍ରଦୀପ୍ତ ରଞ୍ଜନ ନାୟକ, ଦିଲ୍ଲୀପ ବାନାର୍ଜୀ,ଅଶୋକ ବିଶୋୟୀ,ବୀଣାପାଣି ପ୍ରଧାନ, ନନ୍ଦିତା କୁମାରୀ, ଅସ୍ମିତା ନାୟକ, ମଞ୍ଚାସୀନ ହୋଇ କନିଷ୍ଠ ବର୍ଗ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପ୍ରତିଯୋଗୀ ଙ୍କ ମଧ୍ୟରୁ ତିନିଜଣ ଏବଂ ବରିଷ୍ଠ ବର୍ଗ ନବମରୁ ଦଶମ ଶ୍ରେଣୀର ତିନି ଜଣ ଲେଖାଏଁ କୃତି ପ୍ରତିଯୋଗୀ ଙ୍କୁ ଚୟନ କରିଛନ୍ତି l ଏହି କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ଓକିଲ ଦିବସ ଅବସରରେ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ ବୋଲି ଓକିଲ ସଂଘ ସମ୍ପାଦକ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.