ନିସର୍ତ୍ତ କଥା ସତ ହେଲା ଶେଷରେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବ୍ଲକ ଅଧକ୍ଷ ଦେଲେ ଇସ୍ତଫା …

add-all


ବ୍ରହ୍ମପୁର : ୨୨-୪ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ପୁଣି ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟଙ୍କୁ ରିପଟ କରିବା ମହଙ୍ଗା ପଡ଼ିବ ବୋଲି ନିସର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା। ତିନି ତାରିଖ ଦିନ ଖଲ୍ଲିକୋଟ ଓ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି କୁ ରିପିଟ ର ମୂଲ୍ୟ ଦେବାକୁ ପଡ଼ିବ ନଚେତ ଗୋଷ୍ଟି କନ୍ଦଳ ତୀବ୍ରତାର ହେବ ବୋଲି ଅନୁମାନ କରା ଯାଇଥିଲା। ତାହା ଆଜି ସତ୍ୟ ରେ ପ୍ରମାଣିତ ହୋଇଛି। ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ସ୍ୱାମୀ ତଥା ବ୍ଲକ ଅଧକ୍ଷ ଦୈତାରୀ ବେହେରା ନିଜର ପଦବୀ ରୁ ଇସ୍ତଫା ଦେଇଛନ୍ତି। ଆଜି ସୁଜ୍ଞାନୀ ଦେବୀଙ୍କ ସହ ସହ ଲିଗାସୀ ଆଜି ଇସ୍ତଫା ଦେବାର ପୂର୍ବ ସୂଚନା ମିଳିବା ପରେ ଶେଷରେ ଇସ୍ତଫା ଦେଲେ ବ୍ଲକ ଅଧକ୍ଷ ବୋଲି ଚର୍ଚ୍ଚା ହେଉଛି। ଦୈତାରୀ ବେହେରା ଙ୍କ ନାମରେ ବହୁ ଚର୍ଚ୍ଚିତ ସୁନୀଲ ନାହାକ ହତ୍ୟା ଭଳି ସଙ୍ଗିନ ମାମଲା ରହିଛି। ଏହା ପରେ ଏବେ କବସୂର୍ଯ୍ୟନଗର ର ବ୍ଲକ ଅଧକ୍ଷା ଜ୍ୟୋତିର୍ମୟୀ ସ୍ୱାଇଁ ମଧ୍ୟ ଇସ୍ତଫା ଦେଇଛନ୍ତି। ଆଜି ଉଭୟ ବ୍ଲକ ର ଅଧକ୍ଷ ଓ ଅଧକ୍ଷା ଙ୍କ ଇସ୍ତଫା ଗଞ୍ଜାମ ରାଜନୀତି ରେ ହଟ ଚମ୍ପଟ ଦେଖିବାକୁ ମିଳିଛି। ଆଜିର ଇସ୍ତଫା ଫଳରେ ଦୁଇ ବିଧାୟିକା ଙ୍କ ଛାତି ଧଡ଼ ଧଡ଼ ଟିକେ ମାତ୍ରାରେ କମିଥିବା ନେଇ ଚର୍ଚ୍ଚା ହେଉଛି।ନାମାଙ୍କନ ପାଇଁ ଯେତିକି ସମୟ ଆସୁଛି ଖଲ୍ଲିକୋଟ ଓ ଆସିକା ର ସସ୍ପେନସ ସେତିକି ବଢୁଥିବା ଦେଖିବାକୁ ମିଳୁଛି। କୋ ମୁହୂର୍ତ୍ତ ରେ ପୁଣି ନବୀନ ବାବୁ ପରିବର୍ତ୍ତନ କରିବେ କାହାକୁ ଏକଥା ଅଛପା ନାହିଁ। ପୂର୍ବରୁ ରାଜ୍ୟରେ ଏହି ପରି ଘଟଣା ଘଟି ସାରିଛି।

ad-week
Leave A Reply

Your email address will not be published.