ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ହାଇସ୍କୁଲର ପ୍ରଧାନ ଶିକ୍ଷକ

add-all

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ। ବରଗଡ଼ କୁସନପୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ଏସ୍ଏଚ୍‌ଜି ଫାଇଲ୍ ରିଲିଜ୍‌ ପାଇଁ ୧୪ ହଜାର ଲାଞ୍ଚ ନେଉଥିଲେ। ଏହି ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ଗିରଫ ହେଲେ ପ୍ରଧାନଶିକ୍ଷକ।

ବିଦ୍ୟାଳୟର ସଫେଇ ଏବଂ ରାତ୍ର ଜଗୁଆଳି ଦାୟିତ୍ବ ଦେବା ନେଇ ୧୪ହଜାର ଟଙ୍କା ଦାବି କରିଥିଲେ। ତେବେ ସେମାନଙ୍କ ସପକ୍ଷରେ ଦେୟ ମୁକ୍ତ କରିବା ପାଇଁ ଫାଇଲ୍ ପ୍ରକ୍ରିୟାକରଣ ପାଇଁ ସ୍ଥାନୀୟ ଏସଏଜିର ଜଣେ କାର୍ଯ୍ୟକର୍ତ୍ତାଙ୍କଠାରୁ ୧୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଏହାପରେ ଭିଜିଲାନ୍ସ ଯୋଜନା ପ୍ରସ୍ତୁତ କରି ଲାଞ୍ଚ ନେବାବେଳେ ପ୍ରଧାନ ଶିକ୍ଷକ ପ୍ରଧାନଙ୍କୁ କାବୁ କରିଥିଲା। ତାଙ୍କ ପାଖରୁ ଲାଞ୍ଚ କାରବାରରେ ବ୍ୟବହୃତ ରାସାୟନିକ ପ୍ରଳେପ ଦିଆହୋଇଥିବା ୧୪ହଜାର ଟଙ୍କା ଜବତ ହୋଇଛି।

ସମ୍ପୃକ୍ତ ଲାଞ୍ଚ ଟଙ୍କା ଅଭିଯୁକ୍ତଙ୍କ ନିକଟରୁ ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହାପରେ ବାଳମୁକୁନ୍ଦଙ୍କର ଦୁଇଟି ସ୍ଥାନରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଆଶଙ୍କାରେ ଏକକାଳୀନ ଚଢ଼ାଉ ଚାଲିଛି। ଏହି ଘଟଣା ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ଏକ ମାମଲା ପଞ୍ଜିକୃତ ହୋଇଛି। ପିସି (ସଂଶୋଧନ) ଅଧିନିୟମ, ୨୦୨୧୮ର ଧାରା ୭ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି। ପ୍ରଧାନ ଶିକ୍ଷକ ପ୍ରଧାନଙ୍କୁ ଭିଜିଲାନ୍ସ ଅଧିକ ପଚରାଉଚରା କରୁଛନ୍ତି |

ad-week
Leave A Reply

Your email address will not be published.