ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ବିସ୍ପୋରଣରେ ଯୁବକ ମୃତ

add-all

ମାଲକାନଗିରି, ୨୨।୪ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଗଙ୍ଗାଲୁର ଥାନା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ମାନଙ୍କ ଦ୍ୱାରା ଖଞ୍ଜା ଯାଇଥିବ ଗୋଟିଏ ଆଇଇଡି ବିସ୍ପୋରଣରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି l ମିଳିଥିବା ସୂଚନା ଅନୁଯାଇ ଛତିଶଗଡର ବିଜାପୁର ଜିଲ୍ଲାର ଗଙ୍ଗାଲୁର ଥାନା ଅନ୍ତର୍ଗତ ମୁତବେଣ୍ଡି ଜଙ୍ଗଲକୁ ଗଡ଼ିୟା ନାମକ ୧୮ ବର୍ଷୀୟ ଯୁବକ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ ମାଓବାଦୀ ଦ୍ୱାରା ଖଞ୍ଜାଯାଇଥିବା ଏହି ଆଇଇଡି ବୋମାରେ ଗୋଡ଼ ପଡିଯିବାରୁ ତାହା ବିସ୍ପୋରଣ ହେବା ଫଳରେ ଘଟଣାସ୍ଥଳରେ ଗଡିୟାଙ୍କ ମୃତ୍ୟୁ ହୋଇଥିଲା l ଏହି ଖବର ମୃତ ଗଡିୟାଙ୍କ ସମ୍ପର୍କୀୟ ଲୋକଙ୍କୁ ମିଳିବା ପରେ ସେମାନେ ଗ୍ରାମବାସୀଙ୍କ ସହ ସ୍ଥାନୀୟ ଥାନାରେ ଏନେଇ ଜଣାଇଥିଲେ । ପରେ ସୁରକ୍ଷାକର୍ମୀ ଘଟଣାସ୍ଥଳକୁ ଯାଇ ମର ଶରୀର ଜବତ କରିଥିଲେ l ଏନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଆଇଇଡି ବୋମା ବିସ୍ପୋରଣ ମୃତ୍ୟୁ ହୋଇଥିବା ଗଡିୟାର ଶବକୁ ବ୍ୟବଛେଦ କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବିଜାପୁର ଏସପି ଜିତେନ୍ଦ୍ର ୟାଦବ ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.