ସିସୋଦିଆଙ୍କୁ ଝଟ୍‌କା, ପୁଣି ବଢ଼ିଲା ହେପାଜତ ଅବଧି

add-all

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟରୁ ଲାଗିଛି ଝଟ୍‌କା। ପୁଣି ଥରେ ତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ବଢ଼ାଇ ଦିଆଯାଇଛି। ଆସନ୍ତା ମେ’ ୭ ତାରିଖ ଯାଏଁ ତାଙ୍କ ହେପାଜତ ଅବଧି ବୃଦ୍ଧି ପାଇଥିବା ସୂଚନା ମିଳିଛି।

ସୂଚନା ମୁତାବକ, ବୁଧବାର ଦିନ ରାଉସ୍ ଆଭେନ୍ୟୁ କୋର୍ଟରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ବର୍ତ୍ତମାନ ଚାର୍ଜ ଫ୍ରେମ ନକରିବାକୁ ସିବିଆଇ ଆବେଦନ କରିଥିଲା। ଏଭଳି ଆବେଦନ ପଛର କାରଣ କ’ଣ ବୋଲି କୋର୍ଟ ଜବାବ ମାଗିଥିଲେ। ଏଥିସହ ସିସୋଦିଆଙ୍କ ହେପାଜତ ଅବଧି ମେ’ ୭ ଯାଏ ବଢ଼ାଇ ଦେଇଥିବା ଜଣାପଡ଼ିଛି। ଭିଡିଓ କନଫରନେସିଂ ଜରିଆରେ ମନୀଷ ସିସୋଦିଆ କୋର୍ଟ ଶୁଣାଣିରେ ହାଜର ହୋଇଥିଲେ।

ଶୁଣାଣି ସମୟ ଅଭିଯୁକ୍ତଙ୍କ ଓକିଲ କୋର୍ଟରୁମ୍‌ରେ ବାହାରକୁ ଚାଲିଯିବାକୁ ନେଇ ମଧ୍ୟ ବିଚାରପତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଆମେ ପ୍ରଥମ ଥର ପାଇଁ ଏଭଳି ଆଚରଣ ଦେଖିଛୁ ବୋଲି ବିଚାରପତି କହିଛନ୍ତି। ଏହା ପରେ ଅଭିଯୁକ୍ତଙ୍କ ଓକିଲ ଆମେ କୋର୍ଟ ରୁମରୁ ବାହାରକୁ ଯିବା ପାଇଁ କ୍ଷମା ମାଗିଛନ୍ତି।

ଗତକାଲି ଅର୍ଥାତ୍ ମଙ୍ଗଳବାର କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ବିଆର୍‌ଏସ୍‌ ନେତ୍ରୀ କେ.କବିତାଙ୍କ ମଧ୍ୟ ନ୍ୟାୟିକ ହେପାଜତକୁ ମେ’ ୭ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

ad-week
Leave A Reply

Your email address will not be published.