୨୫ ହଜାର କୋଟି ବ୍ୟାଙ୍କ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରାଙ୍କୁ କ୍ଲିନ୍‌ ଚିଟ୍

add-all

ମୁମ୍ବାଇ: ଦୁର୍ନୀତି ମୁକ୍ତ ହେଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର। ୨୫ ହଜାର କୋଟି ଏମ୍‌ଏସ୍‌ସିବି ବ୍ୟାଙ୍କ ଦୁର୍ନୀତିରେ ସୁନେତ୍ରାଙ୍କୁ କ୍ଲିନ୍ ଚିଟ୍ ମିଳିଛି। ବୁଧବାର ମହାରାଷ୍ଟ୍ର ପୁଲିସର ଆର୍ଥିକ ଅପରାଧ ଶାଖା ସୁନେତ୍ରାଙ୍କୁ କ୍ଲିନ ଚିଟ୍ ଦେଇଛି। ଘଟଣାକୁ ନେଇ ତୁରନ୍ତ ପ୍ରତିକ୍ରିୟା ଦେଇଛି ଉଦ୍ଧବ ଠାକରେଙ୍କ ଶିବସେନା। 

ଶିବସେନା ୟୁବିଟି ନେତା ଆନନ୍ଦ ଦୁବେ କହିଛନ୍ତି “ ଦିନେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅଭିଯୋଗ ଆଣି ପାୱାର ପରିବାରକୁ ଦୁର୍ନିୀତିଗ୍ରସ୍ତ ପରିବାର ବୋଲି କହିଥିଲେ। କିନ୍ତୁ ଆଜି ତାଙ୍କୁ କ୍ଲିନ୍ ଚିଟ୍ ଦିଯାଉଛି। ଯେଉଁ ନେତାମାନଙ୍କ ବିରୋଧରେ ଅଭିଯୋଗ ଲାଗିଥିଲା, ସେମାନେ ବିଜେପିରେ ସାମିଲ୍ ହେବା ପରେ ସମସ୍ତଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଛି। ଇଓଡବ୍ଲୁ କ୍ଲୋଜିଂ ରିପୋର୍ଟରେ କହିଛି ଯେ ଏହି ମାମଲାରେ ସେ କୌଣସି ଅପରାଧିକ ମାମଲା ଦେଖି ନାହିଁ।”

ସୂଚନା ଥାଉକି ଏନ୍‌ସିପି ପ୍ରାର୍ଥୀ ସୁନେତ୍ରା ପାୱାର ଚଳିତ ଲୋକସଭା ନିର୍ବାଚନରେ ବାରାମତି ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଏହି ଆସନରୁ ସେ ତାଙ୍କ ନଣଦ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ବିରୋଧରେ ଫାଇଟ୍ କରିବେ। ବର୍ତ୍ତମାନ ବାରାମତୀ ଆସନରୁ ଅଜିତ ପାୱାର ବିଧାୟକ ଅଛନ୍ତି। ଏହି ଆସନ ପାୱାର ପରିବାରର ଗଡ଼ ବୋଲି କୁହାଯାଏ।  

ad-week
Leave A Reply

Your email address will not be published.