‘ଆମେ ନିର୍ବାଚନକୁ କଣ୍ଟ୍ରୋଲ କରିପାରିବୁ ନାହିଁ’

add-all

‘ଆମେ ନିର୍ବାଚନକୁ କଣ୍ଟ୍ରୋଲ କରିପାରିବୁ ନାହିଁ। କୌଣସି ସନ୍ଦେହ ଆଧାରରେ ନିର୍ଦ୍ଦେଶ ଜାରି କରାଯାଇ ପାରିବ ନାହିଁ। ଅଦାଲତ ନିର୍ବାଚନର ନିୟନ୍ତ୍ରଣ ଅଥରିଟି ନୁହନ୍ତି।’ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ ଓ ଭିଭିପାଟ୍‌ ସ୍ଲିପ୍‌ ସମ୍ବନ୍ଧରେ ହୋଇଥିବା ଆବେଦନର ରାୟକୁ ସଂରକ୍ଷିତ ରଖି ସୁପ୍ରିମକୋର୍ଟ ଏଭଳି କିଛି କହିଛନ୍ତି।

ଭିଭିପାଟ୍‌ ସହିତ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ) ମାଧ୍ୟମରେ ଦିଆଯାଇଥିବା ଭୋଟ୍‌ର ପୁନଃ ଯାଞ୍ଚ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ରାୟ ସଂରକ୍ଷଣ ରଖିଛନ୍ତି।  ଜଷ୍ଟିସ ଦୀପଙ୍କର ଦତ୍ତା ଓ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ସମୟରେ କହିଛନ୍ତି ଯେ, ସନ୍ଦେହ ଆଧାରରେ ଆମେ ନିର୍ଦ୍ଦେଶ ଜାରି କରିପାରିବୁ ନାହିଁ। ନିର୍ବାଚନ ନିୟନ୍ତ୍ରଣକାରୀ ପ୍ରାଧିକରଣ ନୁହେଁ।

ଯେଉଁ ରିପୋର୍ଟ ଉପରେ ଆପଣ ଭରସା କରୁଛନ୍ତି, ସେଥିରେ ଏପର୍ଯ୍ୟନ୍ତ କୌଣସି ହ୍ୟାକିଂ ଘଟଣା ଘଟିନାହିଁ। ଆମେ ଅନ୍ୟ କୌଣସି ସାମ୍ବିଧାନିକ ପ୍ରାଧିକରଣକୁ ନିୟନ୍ତ୍ରଣ କରିପାରିବୁ ନାହୁଁ। ଆମେ ନିର୍ବାଚନକୁ କଣ୍ଟ୍ରୋଲ କରିପାରିବୁ ନାହିଁ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ VVPAT କଥା ଉଲ୍ଲେଖ କରାଯାଇଥିଲା ଏବଂ ଏହାକୁ ପାଳନ କରାଯାଇଥିଲା। କିନ୍ତୁ ସମସ୍ତ ସ୍ଲିପ୍କୁ ମେଳ କରିବା ଉଚିତ୍ ବୋଲି କେଉଁଠାରେ କୁହାଯାଇଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଏଥିସହ ନିର୍ବାଚନ ଅଧିକାରୀ ଇଭିଏମ୍‌ ଓ ଭିଭିପାଟ୍‌କୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି। ଆମେ ଆପଣଙ୍କର ଚିନ୍ତାଧାରାକୁ ବଦଳାଇ ପାରିବୁ ନାହିଁ। | ସନ୍ଦେହ ଆଧାରରେ ଆମେ କୌଣସି ନିର୍ଦ୍ଦେଶ ଜାରି କରିପାରିବୁ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ନିର୍ବାଚନ ସମୟରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ମାଧ୍ୟମରେ ଦିଆଯାଇଥିବା ଭୋଟ୍ ସହିତ ଭିଭିପାଟ୍‌ ସ୍ଲିପ୍‌କୁ ମିଶାଇବା ପାଇଁ ସୁପ୍ରିମକୋର୍ଟ ଆବେଦନ ହୋଇଥିଲା। ଦୁଇ ଦିନି ଧରି ଏହି ଆବେଦନର ଶୁଣାଣି ଚାଲିଥିଲା। ଏହାପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଏକ ବେଞ୍ଚ ଏପ୍ରିଲ ୧୮ରେ ଏହି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ମାମଲାରେ କୋର୍ଟ ନିର୍ବାଚନ ଆୟୋଗଙ୍କୁ ସ୍ପଷ୍ଟିକରଣ ମାଗିଥିଲେ। ଏଥିପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଡକାଇ ଥିଲେ। ସେ କୋର୍ଟଙ୍କ କିଛି ପ୍ରଶ୍ନର ଉତ୍ତର ଦେବା ପରେ ରାୟକୁ ସଂରକ୍ଷିତ ରଖାଯାଇଛି।

ad-week
Leave A Reply

Your email address will not be published.