ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

add-all

ନିଜ ପାରମ୍ପରିକ ଆସନ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ : ବ୍ୟାନର ରୁ ହଟିନି 5T…, .ନିର୍ବାଚନ ଆଚରଣ କୁ ଖୋଲାମ ଖୋଲା ଉଲଘଂନ

ହିଞ୍ଜିଳିକାଟୁ (୨୪/୪) : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସାରୁ ଓ ସମରଝୋଳ ଛକ ମଧ୍ୟରେ ଥିବା ମେଘମାଳ ପଡିଆ ରେ ଅନୁଷ୍ଠିତ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିବା ସହିତ ଅଭିଭାଷଣ ରଖିଛନ୍ତି ନବୀନ l ହିଞ୍ଜିଳି ସଭାରେ ନବୀନ ପଟ୍ଟନାୟକ କହିଛନ୍ତି, ‘୨୦୨୪ ନିର୍ବାଚନ ପ୍ରଚାର ଆରମ୍ଭ କରି ସେ ବହୁତ୍ ଖୁସି। ହିଞ୍ଜିଳି ରୁ ଜୟଯାତ୍ରା ଆରମ୍ଭ ହେଲା ବୋଲି ସେ କହିଥିଲେ ଏବଂ ଏହି ମାଟିରୁ ବାଜିଲା ବିଜୟର ଶଙ୍ଖ ଧ୍ୱନି। ଆପଣ ମାନେ ସବୁବେଳେ ମୋ ସାଥିରେ ଅଛନ୍ତି । ସବୁ କାର୍ଯ୍ୟକ୍ରମକୁ ସମର୍ଥନ କରିଛନ୍ତି। ଓଡ଼ିଶାର ସାଢ଼େ ୪ କୋଟି ଭାଇ ଭଉଣୀ ହେଉଛନ୍ତି ମୋ ପରିବାର। ପରିବାରର କଲ୍ୟାଣ ପାଇଁ ସବୁବେଳେ କାମ କରି ଚାଲିଛି। ରୁପାନ୍ତରଣ କ୍ଷେତ୍ରରେ ଶିକ୍ଷା, ସ୍ଵାସ୍ଥ୍ୟ, ମନ୍ଦିର ଆଗେଈ ଚାଲିଛି। ହିଞ୍ଜିଳି ଓ ଶେରଗଡ ବିକାଶ ଉଦାହରଣ ସୃଷ୍ଟି କରିଛି।ମିଶନ ଶକ୍ତି ମାଁ ମାନେ ଉଦ୍ୟଗୀ ହୋଇ ବର୍ତ୍ତମାନ ସୁଦ୍ଧା ୮ହଜାର କୋଟି ଟଙ୍କାର ଋଣ ନେଇସାରିଲେଣି।

ଆଗାମୀ ୨୦ଵର୍ଷ ହେବ ଯୁବ ଶକ୍ତି ପାଇଁ ସୁବର୍ଣ୍ଣ ଯୁଗ।କ୍ଷେତ୍ରରେ ଓଡିଶା ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ କରି ଚାଲିଥିବି। କିନ୍ତୁ ଆଗ ଭଳି ମୁଖ୍ୟମନ୍ତ୍ରୀ ଙ୍କ ସଭାରେ ସେମିତି କା ଭିଡ ଆଉ ଦେଖିବାକୁ ମିଳିନଥିଲା। ମୁଖ୍ୟମନ୍ତ୍ରୀ ଙ୍କ ସଭାରେ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ, ମଧ୍ୟ ଯୋଗ ଦେଇଥିଲେ ସଭା ସ୍ଥଳରେ ଲାଗିଥିବା ବ୍ୟାନର ରେ 5T ଚିତ୍ର ଝଲୁସୁ ଥିବା ଦେଖିବାକୁ ମିଳିଛି, ଯାହାକି ନିର୍ବାଚନ ଆଚରଣ ର ଖୋଲାମ ଖୋଲା ଉଲଘଂନ ଯାହାକୁ ନେଇ ବୁଦ୍ଧିଜୀବୀ ଓ ସାଧାରଣ ରେ ଆଲୋଚନା ମଧ୍ୟ ହୋଇଛି l ଏହି ନିର୍ବାଚନୀ ସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ଆସିକା ସାଂସଦ ପ୍ରମିଳା ବିଷୋୟୀ,ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ହିଞ୍ଜିଳିକାଟୁ ବ୍ଲକ୍ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ,ଯୁଵ ବିଜେଡି ସଭାପତି ମନୋଜ କୁମାର ସାଵତ‌, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଈ, ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞ୍ଜିଳିକାଟୁ ବ୍ଲକ୍ ଅଧ୍ୟକ୍ଷ ସରସ୍ବତୀ ସେଠି, ବ୍ଳକ ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ,ବରିଷ୍ଠ ବିଜେଡି ନେତା ଡି ବିଶ୍ଵନାଥ,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରିତୀ ସାହୁ,ବାଈ ଗିତାଞ୍ଜଳୀ,ଏ ସୁଦର୍ଶନ, ବିଜେଡି ନେତା ଅଜୟ କୁମାର ମହାରଣା, ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.