ଓଁ ବିହାରରେ ହୋଇଥିବା ଚୋରି ଘଟଣାରେ ଦୁଇ ଗିରଫ

add-all

ବ୍ରହ୍ମପୁର : ଗୋସାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଓଁ ବିହାର ୯ମ ଗଳି ନିବାସୀ ଗୀତାଞ୍ଜଳୀ ରାଉତଙ୍କ ଘରୁ ଗତ ୧୪ତାରିଖ ଦିନ ମେରୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ କିଛି ଦୁବୃତ ତାଙ୍କ ଘର ତାଲା ଭାଙ୍ଗି ଚୋରି କରିନେଇଥିବା ଅଭିଯୋଗ କରିଥିଲେ ଥାନାରେ। ଅଭିଯୋଗ କୁ ଭିତ୍ତି କରି ପୋଲିସ 111/14 ରେ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଥଲା।ଏହି ସଂକ୍ରାନ୍ତରେ ପୋଲିସ ଆନ୍ଦ୍ରପ୍ରଦେଶର ନେଲୋର ଜିଲ୍ଲାର ସିଏଚ. କ୍ରିଷ୍ଣା ରେଡି (40) ଏବଂ ଜି. ପ୍ରଭୁ (29)କୁ ଗିରଫ କରିଛି ପୋଲିସ ସେମାନଙ୍କ ଠାରୁ ଦୁଇଟି ସୁନା ଚେନ ଏବଂ 42.40 ଗ୍ରାମର ଗୋଟିଏ ସୁନା ଲକେଟ୍ , ତିନୋଟି ମୋବାଇଲ୍ ଫୋନ୍ ,ରୂପା 1.927 KG, ଗୋଟିଏ ହିରୋ ସ୍ପ୍ଲେଣ୍ଡର ମୋଟର ସାଇକେଲ ଜବତ କରିଛି।ଆଜି ଅଭିଯୁକ୍ତକୁ ଧାରା 454 /380/34 ଆଇ ପି ସି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।

ad-week
Leave A Reply

Your email address will not be published.