ବିଜେପିରେ ମିଶିଲେ ପ୍ରବୋଧ ତିର୍କୀ

add-all

ଭୁବନେଶ୍ବର : ପଦ୍ମ ଧରିଲେ ପୂର୍ବତନ ହକି ଟିମ୍‌ ଅଧିନାୟକ ପ୍ରବୋଧ ତିର୍କୀ। ଆଜି ସେ ସୋନପୁର ସମାବେଶକୁ ଆସି ବିଜେପିରେ ମିଶିଛନ୍ତି। ଶ୍ରୀ ତିର୍କୀଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟ ମିଶ୍ର ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।
ପୂର୍ବତନ ହକି ଟିମ୍‌ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରେ ମିଶିଥିଲେ। ତା’ପରେ ତାଙ୍କୁ କଂଗ୍ରେସ ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ପ୍ରାର୍ଥୀ ହେବା ପରେ ଶ୍ରୀ ତିର୍କୀ ପ୍ରଚାର ଆରମ୍ଭ କରିଥିଲେ। ଲୋକଙ୍କ ପାଖକୁ ଯାଇ ଭୋଟ୍‌ ଭିକ୍ଷା କରିଥିଲେ। ହେଲେ ତାଙ୍କୁ କିଛି ନଜଣାଇ କଂଗ୍ରେସ ଟିକେଟ ଫେରାଇ ନେଇଥିଲା। ଯେଉଁଥିପାଇଁ ପ୍ରବୋଧ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ad-week
Leave A Reply

Your email address will not be published.