କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

add-all

ମୋହନା : କୋଟିଏ ଟଙ୍କାର ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି ପୁଲିସ। ଚାଲାଣରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିଫ ଅବିଯୁକ୍ତ ମାନେ ହେଲେ ମୋହନା ଥାନା ଚଢ଼ିଆପଦା ଗାଁ ରମେଶ ସ୍ଵାଆଲ୍ ସିଂ ଓ ଅନ୍ୟ ଜଣେ ଦିଗପହଣ୍ଡି ଥାନା ବଡଡ଼ୁମ୍ବୁଳା ଗାଁର ହେମନ୍ତ ସ୍ୱାଇଁ।
ଗଜପତି ଜିଲ୍ଲା ମୋହନା ଥାନା ପୁଲିସ କମଳାପୁର ଗେଟ୍ ନିକଟରେ ଗାଡି ଯାଞ୍ଚ କରୁଥିଲା। ଏହି ସମୟରେ ଗଞ୍ଜେଇ ନେଇ ଗୋଟିଏ ଗାଡ଼ିରେ ଆସୁଥିଲେ ଅଭିଯୁକ୍ତ ମାନେ। ପୁଲିସକୁ ଦେଖି ଗଞ୍ଜେଇ ଚାଲାଣକାରି ମାନେ ଚମ୍ପଟ୍‌ ମାରିବାକୁ ଉଦ୍ୟମ କରୁଥିଲେ। ପୁଲିସ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା।
ଘଟଣା ସ୍ଥଳରୁ ପୁଲିସ ୩୩ ବସ୍ତା ଗଞ୍ଜେଇ ଜବତ କରିଥିଲା। ଯାହାର ଓଜନ ୧୦ କୁଇଣ୍ଟାଲ୍ ୯ କେଜି ହେବ ଓ ଏହାର ଆନୁମାନିକ ମୂଲ୍ୟ କୋଟିର ଟଙ୍କା ହେବ ବୋଲି ପୁଲିସ ସୁଚନା ଦେଇଛି। ଗଞ୍ଜେଇ ଚାଲାଣ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି।
ମୋହନା ଥାନା ପୁଲିସ କହିଛି, ଦୁଇ ଅଭିଯୁକ୍ତ ମାନେ ମୋହନାରୁ ମହାରାଷ୍ଟ୍ରର ସୋଲାପୁରକୁ ଏହି ଗଞ୍ଜେଇକୁ ଚାଲାଣ କରୁଥିଲେ।

ad-week
Leave A Reply

Your email address will not be published.