ଗୋପବନ୍ଧୁଙ୍କ ଷଠିଘରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ କଂଗ୍ରେସ ପକ୍ଷରୁ ନିର୍ବାଚନ ପ୍ରଚାର ଆରମ୍ଭ

add-all

ସୁଆଣ୍ଡୋ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ କଂଗ୍ରେସ ଦଳର ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଓ ସତ୍ୟବାଦୀ ବିଧାନସଭା ପ୍ରାର୍ଥୀ ମନୋଜ ରଥ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଓଡିଶାର ପ୍ରଥମ କଂଗ୍ରେସ ସଭାପତି ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ସ୍ମୁତିକୁ ଉଜ୍ଜିବୀତ କରି ରଖିବା ସହ ଲୋକ କଲ୍ୟାଣ ପାଇଁ କଂଗ୍ରେସ ଦଳ ସଦା ସର୍ବଦା କାମ କରି ଆସୁଛି ବୋଲି ସୁଚରିତା ମହାନ୍ତି ଏହି ଅବସରରେ ପ୍ରକାଶ କରିଛନ୍ତି।
ସତ୍ୟବାଦୀ ବ୍ଲକ କଂଗ୍ରେସ ସଭାପତି ସୁବାସ ମହାପାତ୍ର, ଯୁବ କଂଗ୍ରେସ ସଭାପତି ଲିପ୍ତିରଞ୍ଜନ ପ୍ରଧାନ, ଜିଲା ସଂପାଦକ ଲୋକନାଥ ନାୟକ, ସାଧାରଣ ସଂପାଦକ ପ୍ରସାଦ ନାୟକ, ବିଶ୍ୱଜିତ ହୋତା ଓ ରାଜୀବ କୁମାର ହୋତାଙ୍କ ସହିତ ଶତାଧିକ କର୍ମୀ ତାଙ୍କ ଗହଣରେ ଆସିଥିଲେ । ଘରକୁ ଘର ବୁଲି ଜନତାଙ୍କ ନିକଟରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ସେହିପରି ସାକ୍ଷୀଗୋପାଳରେ ପହଞ୍ଚି ଠାକୁରଙ୍କୁ ଦର୍ଶନ କରିବା ପରେ ଜନସଂପର୍କ ଯାତ୍ରା କରିଥିଲେ ।

ad-week
Leave A Reply

Your email address will not be published.