ମୁଖ୍ୟମନ୍ତ୍ରୀ ରେଭନ୍ଥଙ୍କ ବଡ଼ ଦାବି: ୨୦୨୫ ସୁଦ୍ଧା ବିଜେପି ହଟାଇ ଦେବେ ସଂରକ୍ଷଣ ବ୍ୟବସ୍ଥା

add-all

ହାଇଦ୍ରାବାଦ : ଚଳିତ ସାଧାରଣ ନିର୍ବାଚନରେ ସଂରକ୍ଷଣ ଗୋଟିଏ ମୁଖ୍ୟ ପ୍ରସଙ୍ଗ ପାଲଟି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓବିସି ସଂରକ୍ଷଣ ବ୍ୟବସ୍ଥା କଥା ଉଠାଇ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଏବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ବିଜେପି ସମ୍ପର୍କରେ ବଡ଼ ଦାବି କରିଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ ବିଜେପି ବେଶ ଯୋଜନାବଦ୍ଧ ଭାବେ ପଛୁଆ ବର୍ଗର ଲୋକଙ୍କ ପାଇଁ ସବୁ ପ୍ରକାରର ସଂରକ୍ଷଣ ବ୍ୟବସ୍ଥାକୁ ନିକଟ ଭବିଷ୍ୟତରେ ଶେଷ କରି ଦେବ। ବିଜେପି ୨୦୨୫ ସୁଦ୍ଧା ସଂରକ୍ଷଣ ବ୍ୟବସ୍ଥାକୁ ଦେଶର ହଟାଇ ଦେବ। ଆରଏସଏସ୍‌ର ଶତବାର୍ଷିକ ସମୟରେ ହିଁ ସଂରକ୍ଷଣ ବ୍ୟବସ୍ଥା ଦେଶରୁ ବିଜେପି ଉଚ୍ଛେଦ କରିବ ବୋଲି ରେଭନ୍ଥ ଦାବି କରିଛନ୍ତି।
ଗୋଟିଏ ସାଧାରଣ ସଭାରେ ସେ କହିଛନ୍ତି, “୨୦୨୫ ଶେଷ ବେଳକୁ ଆରଏସଏସ୍‌ ତା’ର ୧୦୦ ବର୍ଷ ପୂରଣ କରିବ। ସେମାନେ ଏସ୍‌ସି, ଏସ୍‌ଟି ଓ ଓବିସ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ୨୦୨୫ ସୁଦ୍ଧା ଶେଷ କରିବାକୁ ଚେଷ୍ଟା କରୁଛନ୍ତି।
ଅନେକ ସମୟରେ ଆରଏସଏସ ଓ ବିଜେପି ନେତାମାନେ ସଂରକ୍ଷଣକୁ ନେଇ ଏପରି ବୟାନ ଦେବାର ନଜିର ରହିଛି। ପୂର୍ବରୁ ବିଜେପି ମଣ୍ଡଳ କମିଶନଙ୍କ ସୁପାରିସ ଲାଗୁ କରିବା ଉପରେ ରୋକ ଲଗାଇ ଦେଇଥିଲା। ମଣ୍ଡଳ କମିଶନ ପଛୁଆ ବର୍ଗର ସଂରକ୍ଷଣ କଥା କହିଥିଲେ।
କିଛି ଲୋକ ବିଜେପିକୁ ସମର୍ଥନ କରୁଛନ୍ତି। ବିଜେପି ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ଚାହୁଁଛୁ। ଏହି ଲୋକସଭା ନିର୍ବାଚନ ଏସସି, ଏସ୍‌ଟି ଓ ଓବିସି ସଂରକ୍ଷଣର ଜନମତ ସଂଗ୍ରହ ପ୍ରକ୍ରିୟା। ବିଜେପିର ଅବ କି ବାର ୪୦୦ ପାର ନାରା କେବଳ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ଦିଆଯାଉଛି।”
କିଛି ଦିନ ତଳେ ମଧ୍ୟପ୍ରଦେଶରେ ଗୋଟିଏ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁସଲିମ ସଂରକ୍ଷଣ ସମ୍ପର୍କରେ ମତ ରଖିଥିଲେ। ସେ କହିଥିଲେ ଯେ “ତେଲଙ୍ଗାନାର କଂଗ୍ରେସ ମୁଖ୍ୟମନ୍ତ୍ରୀ ମଧ୍ୟ ସେଠାରେ ମୁସଲିମଙ୍କ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିଥିଲେ।” ଏହାର ଜବାବରେ ରେଭନ୍ଥ ଆଜି ଏପରି କହିଛନ୍ତି।

ad-week
Leave A Reply

Your email address will not be published.