
ଉମରକୋଟ : ସୂଚନା ପ୍ରକାରେ ଉମରକୋଟ ସ୍ଥାନୀୟ ସରକାରୀ ନୋଡାଲ ଏସ. ଏସ. ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରୀତି ରଂଜନ ମିଶ୍ର ଏହାର ଶୁଭ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମର ଆବାହକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ 1200 ରୁ ଉର୍ଦ୍ଧ ଶିକ୍ଷଣ ସାମଗ୍ରୀ ଏଥିରେ ପ୍ରଦର୍ଶିତ ହୋଇଥିଲା l ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ଶିକ୍ଷଣସାମଗ୍ରୀଗୁଡିକୁ ଅତିଥିଦ୍ବୟ ବୁଲି ଦେଖିବା ସହ ସେଗୁଡିକର ଉପଯୋଗିତା ବିଷୟରେ ଜାଣିବାକୁ ଚାହିଁଥିଲେ l ଶ୍ରେଣୀକକ୍ଷରେ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାରେ ସେଗୁଡିକର ଉପାଦେୟତା ବିଷୟରେ ଶିକ୍ଷକମାନେ ନିଜ ନିଜ ମତ ରଖିଥିଲେ l ଉମରକୋଟ ବ୍ଲକର ଶୈକ୍ଷିକ ଭିତ୍ତିଭୂମିକୁ ସୁଦୃଢ କରିବାପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଏହି ଅଭିନଵ ପ୍ରୟାସ ବୁଦ୍ଧିଜୀବି ମହଲରେ ଉଚ୍ଚ ପ୍ରଶଂସିତ ହୋଇପାରିଛି l କାର୍ଯ୍ୟକ୍ରମର ସଫଳ ରୂପାୟନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ତ୍ରିପାଠୀ,ଶିକ୍ଷକ ପ୍ରଶିକ୍ଷକ ସାଇବିଦ୍ୟା ପାତ୍ର,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀତ୍ରୟ ଶ୍ରୀ ପୁରୁଷୋତ୍ତମ ମାଝୀ,ଦେବେନ୍ଦ୍ର କୁମାର ବାଘ, ସୁଶୀଳା ଯୋଦ୍ଦାର,ବ୍ଲକର ସମସ୍ତ ସିଆରସିସି, ଶିକ୍ଷକ, ଶିକ୍ଷୟିତ୍ରୀବୃନ୍ଦ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ l