ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ୩୦ ମାସ ହେଲା ମିଳୁନି ବାର୍ଦ୍ଧକ୍ୟ ଭତ୍ତା

add-all

କନ୍ଧମାଳ : ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ବିଭିନ୍ନ ଗାଁରେ ସରକାରଙ୍କ ଯୋଜନା ଠିକ ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ ବୋଲି ଅଭିଯୋଗ ହୋଇଛି। କେଉଁଠି କାଗଜ ପତ୍ରର ତ୍ରୁଟି ତ କେଉଁଠି ଜାଣି ଶୁଣି ଭୁଲ ତଥ୍ୟ ଦ୍ୱାରା ଲୋକଙ୍କ ପାଖରେ ଯୋଜନା ପହଞ୍ଚି ନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତର ଜାମପଖାଳ ଗାଁରେ ୭୪ ବର୍ଷୀୟ ବୃଦ୍ଧ ସୁଦାବନ ପ୍ରଧାନଙ୍କ କ୍ଷେତ୍ରରେ । ସୁଦାବନ ଗତ ସେପ୍ଟେମ୍ବର ମାସ ୧୫/୯/୨୦୨୧ ତାରିଖରେ ଶେଷ ଥର ଭତ୍ତା ଟଙ୍କା ପାଇଥିଲେ ତାପରେ ଏବେ ପର୍ଯ୍ୟନ୍ତ ଦୀର୍ଘ ୩୦ ମାସ ହେବ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଭତ୍ତା ମିଳୁନଥିବା ନେଇ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି ଅସହାୟ ସୁଦାବନ । ବର୍ତମାନ ସୁଦାବନ ନିଜେ ଚାଲି ପାରୁନଥିବା ବେଳେ ବଡ଼ କଷ୍ଟରେ ବାଡ଼ି ଧରି ଅସହାୟ ଅବସ୍ଥାରେ ପଡି ରହିଛନ୍ତି। ପରିବାରରେ ବହୁତ ଅସୁବିଧାରେ ଚଳୁଥିଲେ ମଧ୍ୟ କେହି ତାଙ୍କ କଥା ବୁଝୁ ନଥିବା କହିଛନ୍ତି ସୁଦାବନ। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟକାରୀ କରିବାକୁ ଦାବୀ ହୋଇଛି l

ad-week
Leave A Reply

Your email address will not be published.