ଜେଇଇ ମେନରେ ଓଡ଼ିଶାର ପ୍ରଥମ ସ୍ଥାନରେ ଅନ୍ବେଶ ଶୁଭମ ପ୍ରଧାନ

add-all

ଭୁବନେଶ୍ୱର: ଡିଏଭି ଚନ୍ଦ୍ରଶେଖରପୁରର ଅନ୍ବେଶ ଶୁଭମ ପ୍ରଧାନ ୨୦୨୪ ଯୁଗ୍ମ ପ୍ରବେଶିକା ପରୀକ୍ଷା (ମେନ୍) ସେସନ-୨ରେ ଉଲ୍ଲେଖନୀୟ ୯୯.୯୯୭୧୬୪୩ ପ୍ରତିଶତ ହାସଲ କରିଛନ୍ତି। ଯିଏକି ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ଉଭା ହୋଇଛନ୍ତି।

ନିରନ୍ତର ଶିକ୍ଷାଗତ ସଫଳତା ହାସଲ କରିଥିବା ଅନ୍ବେଶ ଆଇଆଇଟି ବମ୍ବେ, ଆଇଆଇଟି ମାଡ୍ରାସ କିମ୍ବା ଆଇଆଇଟି ଦିଲ୍ଲୀରେ ପାଠ ପଢିବାକୁ ଇଚ୍ଛା ରଖିଛନ୍ତି। ସେ ଗବେଷଣା କରିବାକୁ ଚାହୁଁଛନ୍ତି । କମ୍ପ୍ୟୁଟର ସାଇନ୍ସ କିମ୍ବା ଗଣିତ ଓ କମ୍ପ୍ୟୁଟିଂ ଉପରେ ଫୋକସ କରିବାକୁ ଚାହୁଁଛନ୍ତି। ଗଣିତ ଏବଂ କେମେଷ୍ଟ୍ରି ତାଙ୍କର ବହୁତ ପସନ୍ଦ ବୋଲି କହିଛନ୍ତି।

ଗଣିତରେ ତାଙ୍କର ଅସାଧାରଣ ପ୍ରତିଭା ପାଇଁ ୨୦୨୧ରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ଏବଂ ୨୦୨୨ରେ ଗ୍ଲୋବାଲ ଚାଇଲ୍ଡ ପ୍ରୋଡିଜି ଆୱାର୍ଡରେ ସମ୍ମାନିତ ହୋଇଥିଲେ। ଯାହା ତାଙ୍କର ଶିକ୍ଷାଗତ ଯାତ୍ରାର ମାନ ଆହୁରି ବଢାଇଛି। ବିଭିନ୍ନ ପ୍ରତିଯୋଗିତା ଓ ଅଲିମ୍ପିଆଡ୍ରୁ ୬୦୦ରୁ ଅଧିକ ସାର୍ଟିଫିକେଟ୍ ହାସଲ କରିଛନ୍ତି ଅନ୍ବେଶ।

ad-week
Leave A Reply

Your email address will not be published.