କଂଗ୍ରେସ ‘ଶେହଜାଦା’ ଆମ ରାଜା-ମହାରାଜାଙ୍କୁ ଅପମାନିତ କରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦି

add-all

ନିର୍ବାଚନୀ ପ୍ରଚାରରେ ପୁଣି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାହୁଲ ଗାନ୍ଧିଙ୍କ ପୂର୍ବର ଏକ ଟିପ୍ପଣୀକୁ ଦୋହରାଇ ମୋଦି କହିଛନ୍ତି, “କଂଗ୍ରେସର ଶେହଜାଦା(ରାଜକୁମାର) ହିନ୍ଦୁ ରାଜା-ମହାରାଜାମାନଙ୍କୁ ଅପମାନିତ କରିଛନ୍ତି। କିନ୍ତୁ ଔରଙ୍ଗଜେବଙ୍କ ଭଳି ରାଜାଙ୍କ ଅତ୍ୟାଚାରୀ ଶାସନ ଉପରେ ମୁହଁ ଖୋଲୁନାହାନ୍ତି।”

କର୍ଣ୍ଣାଟକର ବେଲାଗାଭିରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କଂଗ୍ରେସର ଶେହଜାଦା (ରାହୁଲ ଗାନ୍ଧିଙ୍କୁ ଦର୍ଶାଇ) ଏକ ସମାବେଶରେ କହିଲେ ପୂର୍ବରୁ ରାଜା-ମହାରାଜାମାନେ ମନ ମୁତାବକ ଶାସନ କରୁଥିଲେ, ଯାହା ଚାହୁଁଥିଲେ ତାହା କରୁଥିଲେ, ଯେତେବେଳେ ଇଚ୍ଛା ହେଉଥିଲା ଲୋକଙ୍କ ଜମି ନେଇ ଯାଉଥିଲେ। କିନ୍ତୁ ତାଙ୍କୁ ଛତ୍ରପତି ଶିବାଜୀ ମହାରାଜ, ରାଣୀ ଚିନ୍ନମାଙ୍କ ଭଳି ଶାସକଙ୍କ ସୁଶାସନ କଥା ମନେ ନାହିଁ।

ସେମାନଙ୍କ ଅବଦାନ ବିଷୟରେ କଂଗ୍ରେସ ଶେହଜାଦା କହିପାରୁନାହାନ୍ତି। ନବାବ, ନିଜାମ, ସୁଲତାନ, ଏବଂ ବାଦଶାହ କିପରି ଭାରତୀୟଙ୍କୁ ଅତ୍ୟାଚାର କରିଥିଲେ, ଔରଙ୍ଗଜେବ ହିନ୍ଦୁ ମନ୍ଦିର ଲୁଣ୍ଠନ କରିଥିଲେ ସେକଥା କଂଗ୍ରେସ ମନେ ରଖିନାହିଁ। ସେ ଅତ୍ୟାଚାର ବାବଦରେ କଂଗ୍ରେସ ମୁହଁ ଖୋଲିପାରୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କହିଛନ୍ତି। 

ସେ ଆହୁରି କହିଛନ୍ତି, ଏପରି କହି କଂଗ୍ରେସ ଶେହଜାଦା ହିନ୍ଦୁ ରାଜା-ମହାରାଜାମାନଙ୍କୁ ଅପମାନିତ କରିଛନ୍ତି। ସେମାନଙ୍କ ସୁଶାସନ, ଦେଶଭକ୍ତି ଆଜି ବି ଆମମାନଙ୍କୁ ଅନୁପ୍ରାଣିତ କରେ। କଂଗ୍ରେସ ଶେହଜାଦାଙ୍କ ବୟାନ କେବଳ ଭୋଟ୍ ବ୍ୟାଙ୍କ୍ ରାଜନୀତି ଓ ତୁଷ୍ଟୀକରଣ ପାଇଁ ଦିଆଯାଇଛି। 

ad-week
Leave A Reply

Your email address will not be published.