ପୋଷ୍ଟାଲ ବାଲଟ କାର୍ଯ୍ୟ ସମ୍ପାଦନ ନିମନ୍ତେ ପ୍ରସ୍ତୁତି ବୈଠକ

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲା ସାଧାରଣ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ପୋଷ୍ଟାଲ ବ୍ୟାଲଟ୍ ପରିଚାଳନା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ରିଟର୍ଣ୍ଣିଂ ଅଧିକାରୀ, ସହକାରୀ ରିଟର୍ଣ୍ଣିଂ ଅଧିକାରୀ ମାନଙ୍କୁ ପୋଷ୍ଟାଲ ବ୍ୟାଲଟ ର ପରିଚାଳନା ଦିଗରେ ସୁବିସ୍ତୃତ ଆଲୋଚନା କରାଯାଇଛି । ରିଟର୍ଣ୍ଣିଂ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ପୋଷ୍ଟାଲ ବ୍ୟାଲଟର ସମସ୍ତ ତଥ୍ୟ ଉପସ୍ଥାପନ କରି କିଭଳି ପରିଚାଳନା କରାଇବେ ତାହା ଅବଗତ କରାଇଥିଲେ । ବିଶେଷ କରି ନିର୍ଦ୍ଧାରୀତ ଫର୍ମ ଗୁଡିକର ପୂରଣ, ଦଳ ଗଠନ, ସାମଗ୍ରୀର ଆବଣ୍ଟନ, ପୋଷ୍ଟାଲ ବ୍ୟଲଟ୍ ଷ୍ଟ୍ରଙ୍ଗରୁମ୍ ପରିଚାଳନା, ସହକାରୀ ରିଟର୍ଣ୍ଣିଂ ଅଧିକାରୀ ମାନଙ୍କ ଭୂମିକା, ପୋଷ୍ଟାଲ ବ୍ୟାଲଟ୍ ଗୁଡିକରେ ନିର୍ଭୁଲ ମୁଦ୍ରଣ, ବିତରଣ, ସଂଗ୍ରହ, ଗଣତି ଇତ୍ଯାଦି ପ୍ରାଞ୍ଜଳ ଭାବେ ବୁଝାଯାଇଥିଲା । ଏତତ୍ ବ୍ୟତୀତ ବରିଷ୍ଠ , ବୟୋଜ୍ଯେଷ୍ଠ ଓ ଭିନ୍ନକ୍ଷମ ଇଛୁକ ଭୋଟଦାତା ମାନଙ୍କ ଗୃହକୁଯାଇ କିଭଳି ଭୋଟ ସଂଗ୍ରହ ହେବ ସେହି ବିଷୟରେ ମଧ୍ୟ ସୁବିସ୍ତୃତ ବୁଝାଇ ଦିଆଯାଇଥିଲା । ଫର୍ମ ୧୩-କ ପୂରଣ ବେଳେ ସତର୍କତା ଅବଲମ୍ବନ କରିବାପାଇଁ ଜିଲ୍ଲାପାଳ ଅବଗତ କରାଇଥିଲେ ।
ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ରିଟର୍ଣ୍ଣିଂ ଅଧିକାରୀ ମଧୁମିତା, ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଧୀନା ଦସ୍ତଗୀର, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନ ସୁଧାଂଶୁ ଭୋଇ, ପୋଷ୍ଟାଲ ସୁପରିନଟେଣ୍ଡେଣ୍ଟ, ପୋଲିସ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.