କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କୁ ବିରୋଧ, କଳା ପତାକା ପ୍ରଦର୍ଶନ

add-all

ଲକ୍ଷ୍ମୀପୁର : ପ୍ରଚାର ବେଳେ କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କୁ କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବନ୍ଧୁଗାଁଠାରେ କଳା ପତାକା ଦେଖାଇବା ସହ ବିରୋଧ କରାଯାଇଥିବା ଜଣାପଡ଼ିଛି । ଏନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହେଉଛି ।

ସୂଚନା ଅନୁସାରେ, ଶନିବାର ବନ୍ଧୁଗାଁ ବ୍ଲକକୁ କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କ ସହିତ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ପବିତ୍ର ସାଉନ୍ତା ସେମାନଙ୍କ ସମର୍ଥକଙ୍କ ସହି ନିର୍ବାଚନ ପ୍ରଚାରରେ ଯାଇଥିଲେ । ତେବେ ସେଠାକୁ ହଠାତ୍ କିଛି ଆଦିବାସୀ ମହିଳା ଆସି କଳା ପତାକା ପ୍ରଦର୍ଶନ କରିବା ସହିତ ସପ୍ତଗିରି ଉଲାକା ମୁର୍ଦ୍ଦାବାଦ୍, ପବିତ୍ର ସାଉନ୍ତା ମୁର୍ଦ୍ଦାବାଦ୍ ନାରାବାଜି କରି ବିରୋଧ କରିଥିଲେ । ଯାହାଫଳରେ ସେଠାରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ସମୟ ପରେ ପରିସ୍ଥିତି ସ୍ବାଭାବିକ ହେବାପରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ସେମାନଙ୍କ ସମର୍ଥକମାନଙ୍କ ସହିତ ପ୍ରଚାର କରି ଫେରିଥିଲେ ।

ସୂଚନାଯୋଗ୍ୟ, ବନ୍ଧୁଗାଁ ବ୍ଲକର ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡିକା କଂଗ୍ରେସରେ ଥିଲେ। ତାଙ୍କର ଅଭିଯୋଗ ହେଉଛି ସାଂସଦ ଶ୍ରୀ ଉଲାକା ତାଙ୍କୁ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ୍ ଦେବେ ବୋଲି ପ୍ରତିଶ୍ରୁତି ଦେଇ ସଂଗଠନ କାମରେ ଲଗାଇଥିଲେ। ଯାହାଫଳରେ ତାଙ୍କର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଟିକେଟ୍ ପାଇଁ ସେ ଆଶାବାଦୀ ଥିବାବେଳେ ଏଠାରୁ ପବିତ୍ର ସାଉନ୍ତାଙ୍କୁ ଦଳ ପ୍ରାର୍ଥୀ କରିବା ପରେ ଗୀତାଞ୍ଜଳି ତାଙ୍କର ସମର୍ଥକମାନଙ୍କୁ ନେଇ ବିଜେଡିରେ ମିଶିଛନ୍ତି । ଏଣୁ ଶନିବାର ସପ୍ତଗିରି ପ୍ରଚାର ପାଇଁ ଆସିଥିବାବେଳେ ଗୀତାଞ୍ଜଳିଙ୍କ ସମର୍ଥକମାନେ ତାଙ୍କୁ ବିରୋଧ ପଦର୍ଶନ କରି କଳା ପତାକା ଦେଖାଇଥିବା ଅନୁମାନ କରାଯାଉଛି ।

ad-week
Leave A Reply

Your email address will not be published.