ଖେଳ ପଡ଼ିଆ ଉର୍ନ୍ନତିକରଣ ନାଁରେ ଟଙ୍କା ହରିଲୁଟ : ପି ସି ଖାଇ ପ୍ରଶାସନ ଚୁପ…!!

କେବଳ ଫଳକ ରେ ହେଉଛି କାର୍ଯ୍ୟ…

add-all

.

ଉମରକୋଟ (୨୯/୦୪/୨୦୨୪) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଏକ ମାଓ ପ୍ରଵଣ ଅଞ୍ଚଳ ହୋଇଥିବାରୁ ଏହାର ଫାଇଦା ଉଠେଇ ବ୍ଲକରେ ଥିବା ୨୬ ଗୋଟି ପଞ୍ଚାୟତର ଅଧିକାଂଶ ସ୍ଥାନରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ଏକ ପ୍ରକାର ଠପ କହିଲେ ଭୁଲ ହେବ ନାହିଁ। ଶ୍ରମିକ ବଦଳରେ ମେସିନ ଲଗାଇ କାର୍ଯ୍ୟ କରିବା କୁ ନେଇ ବାରମ୍ବାର ବିଭିନ୍ନ ସମ୍ବାଦ ମାଧ୍ୟମରେ ପ୍ରକାଶିତ ହେଲା ପରେ ଠିକାଦାର ଓ ପ୍ରଶାସନ ର ଗଭୀର ମଧୁ ଚନ୍ଦ୍ରିକାରେ ସିଧା ସଳଖ ଟଙ୍କା ଉଠାଣ କରି ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ ହେଉଥିବା ବେଳେ ପ୍ରଶାସନିକ ତଦନ୍ତ ଅଭାବରୁ ଏହା କ୍ରମଶଃ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।
ଦୁର୍ନୀତି ସାଙ୍ଗକୁ ଅନେକ କ୍ଷେତ୍ରରେ ଉପଯୁକ୍ତ ସ୍ଥାନ ଚିହ୍ନଟ ହୋଇ ନ ଥିବା ଯୋଗୁଁ ଅନାବଶ୍ୟକ ସ୍ଥଳରେ ଫଳକନାମା ବୋର୍ଡ ତିଆରି କରି ଠିକାଦାର କାର୍ଯ୍ୟ କରୁଛନ୍ତି ବୋଲି ଦର୍ଶା ଯାଉଛି କିନ୍ତୁ ପ୍ରକୃତ ରେ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁନାହିଁ। ସୂଚନା ଅନୁଯାୟୀ ରାଇଘର ବ୍ଲକର ପାରୁଆ ପଞ୍ଚାୟତ ଠାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଅନେକ କାର୍ଯ୍ୟ ହୋଇଥିବା ବେଳେ ଅଧିକାଂଶ କାର୍ଯ୍ୟରେ ମେସିନ ବ୍ୟବହାର ନେଇ ଅଭିଯୋଗ ଆସିଥିଲା କିନ୍ତୁ ଏଥିପ୍ରତି ପ୍ରଶାସନ ତରଫରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାବେଳେ ବର୍ତ୍ତମାନ ଉକ୍ତ ପଞ୍ଚାୟତର କୋଟପାରା ଗ୍ରାମରେ ଖେଳ ପଡିଆ ନିର୍ମାଣ ନିମନ୍ତେ ୨ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିବା ଉଲ୍ଲେଖ ରହିଛି । ଫଳକନାମାରେ ସୂଚନା ଅନୁଯାୟୀ ୧.୧୦, ୨୦୨୩ ରୁ କାର୍ଯ୍ୟ ଆରମ୍ଭ ହୋଇ ୩୧.୩.୨୦୨୪ ରିଖ କାର୍ଯ୍ୟ ଶେଷ ହୋଇଛି ବୋଲି ଉଲ୍ଲେଖ ରହିଛି। କିନ୍ତୁ ଏଠାରେ କୌଣସି କାର୍ଯ୍ୟ ହୋଇ ନାହିଁ ଏହି ଅର୍ଥ ହଡପ କରିବାକୁ ଯୋଜନା ଚାଲିଥିବା କୁ ନେଇ କୋଟପାରା ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଉଛି। ଏଠାରେ ପଡ଼ିଆ ବୋଲି କିଛି ନ ଥିବାବେଳେ ଯୋଉଁଠି ସୂଚନା ଫଳକନାମା ବୋର୍ଡ ଲଗାଯାଇଛି ଏହାର ଉଭୟ ପାର୍ଶ୍ବରେ ଜଙ୍ଗଲ ପରିପୂର୍ଣ ହୋଇ ରହିଛି । ତେଣୁ ପଡିଆ ନିର୍ମାଣ କୌଉଁଠି ହୋଇଛି? ,ଯଦି ସେଠାରେ ପଡିଆ ତିଆରି କରିବାକୁ ଅନୁମତି ଜଙ୍ଗଲ ବିଭାଗ ଦିଏ ତେବେ ଜଙ୍ଗଲର ମୂଲ୍ୟବାନ ଗଛ କାଟିବାକୁ ପଡିବ। ତେଣୁ ନବରଙ୍ଗପୁର ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଉଚ୍ଚସ୍ତରୀୟ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଓ ସାଧାରଣରେ ଦାବି କରିବା ସହିତ କ୍ଷୋବ ପ୍ରକାଶ କରିଛନ୍ତି। ଏହାକୁ ନେଇ ଜିଲ୍ଲା ଭିଜିଲାନ୍ସ ବିଭାଗ ତଦନ୍ତ କରିବା ଜରୁରୀ ହୋଇ ପଡିଛି l ଏଠାକାର ମନ୍ତ୍ରୀ, ଯନ୍ତ୍ରୀ ଓ ଠିକାଦାର ସମସ୍ତେ ଗୋଟିଏ ଡ଼ଙ୍ଗର ଯାତ୍ରୀ ଯିଏ ଯାହାର ପିସି ନେଇ ଚୁପ l ଏଠାକାର ଲୋକ କାମ ନପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉ ଥିବାବେଳେ ଏଠାରେ ଥିବା ପ୍ରଶାସନ ସରକାରୀ ଅନୁଦାନ କୁ ବାଟ ମାରଣା କରି କୁବେର ପାଲଟି ଥିବା ବି ନଜିର ରହିଛି l ତେଣୁ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି l

ad-week
Leave A Reply

Your email address will not be published.