କନ୍ଧମାଳ ସଂସଦୀୟ କ୍ଷେତ୍ରର ବିକାଶ ନେଇ ବିଜେପିର ଚାର୍ଜସିଟ

add-all

ଫୁଲବାଣୀ : କନ୍ଧମାଳ ବିଜେପି ଲୋକସଭା ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ସ୍ଥାନୀୟ ସେନାପତି ପ୍ରେସିଡେନ୍ସି ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକ ଚାର୍ଜସିଟ ଉପସ୍ଥାପନ କରିବା ସହ ବିଜେଡି ଲାଇନ ଚ୍ୟୁତ,ଅଚ୍ୟୁତ ସାମନ୍ତ ପଥଚ୍ୟୁତ ବୋଲି କହିଥିଲେ l ଯାହା ଚାର୍ଜସିଟ ରେ ଉଲ୍ଲେଖ ରହିଛି କନ୍ଧମାଳ ବହୁମୁଖୀ ବିକାଶ ପାଇଁ ୨୦୧୯ର ସାଧାରଣ ନିର୍ବାଚନରେ ଏଠାର ଜନସାଧାରଣ ବିପୁଳ ମାତ୍ରାରେ ଡ. ଅଚ୍ୟୁତ ସାମନ୍ତଙ୍କୁ ନିର୍ବାଚିତ କରିଥିଲା l ତାଙ୍କର ଦୃଢ ପ୍ରତିଜ୍ଞା ଓ ପ୍ରତିଶୃତି ଉପରେ ଲୋକମାନେ ଦୃଢ ବିଶ୍ଵାସ କରିଥିଲେ । ଭାବିଥିଲେ ତାଙ୍କର ଆଶା ଓ ଅକାଂକ୍ଷା ପୁରଣ ହେବ, କନ୍ଧମାଳର ଉନ୍ନତି ହେବ।
ଆଜି ତାଙ୍କର ସବୁ ପ୍ରତିସୃତି କାହଣୀ ପରି ଲାଗୁଛି । ବିଗତ ୫ବର୍ଷ ମଧ୍ୟରେ ସେ ତାଙ୍କ ପ୍ରତିଶୃତି ପୁରଣ କରିବାରେ ସମ୍ପୂର୍ଣ ବିଫଳ ହୋଇଥିବାରୁ ଏହି ଅଞ୍ଚଳର ଜନସାଧାରଣ ବିଶେଷ ନାରାଜ ଏବଂ କ୍ଷୁବ୍ଦ ଅଛନ୍ତି । ନିର୍ବାଚନ ଆସିଯାଇଛି କାମର ହିସାବ ମାଗୁଛନ୍ତି ଜନସାଧାରଣ ? ଜବାବ ଦିଅନ୍ତୁ ଅଚ୍ୟୁତ ସାମନ୍ତ ବାବୁ ! ପଥଚ୍ୟୁତ ହେଲେ କାହିଁକି ? ଖଜୁରୀଗଛର କି ଗୁଣ ଗାଇବି ମୁଳରୁ ପାହାଚ ପାହାଚ ଏକଥା ଶ୍ରୀ ଅଚ୍ୟୁତ ସାମନ୍ତଙ୍କ କ୍ଷେତ୍ରରେ ସମ୍ପୂର୍ଣଭାବେ ପ୍ରଜୁଯ୍ୟ ବୋଲି ଲିଖିତ ରହିଚି ଏଥି ସହିତ ସାମାଜିକ ସୁରକ୍ଷା ଅବହେଳିତ lଶିକ୍ଷା ଓ ସ୍ବାସ୍ଥ୍ୟରେ ଅବହେଳିତ କନ୍ଧମାଳ ରେଳପଥ, ସଡ଼କ ଓ ସଞ୍ଚାର (ମୋବାଇଲ୍) ନେଟୱାର୍କରେ ଅବହେଳିତ l କନ୍ଧମାଳ ଗୋପାଳପୁର, ସମ୍ବଲପୁର ରେଳଲାଇନ୍‌ଟି ଭାୟା ଫୁଲବାଣୀ ଯିବା ପାଇଁ କି ସଂସଦ ରେ କଥା ନଉଠେଇବା l ଆଜିବି ଗ୍ରାମାଞ୍ଚଳରେ ମୋବାଇଲ୍ ନେଟୱର୍କ ପାଇଁ ଜନସାଧାରଣ ଜିଲ୍ଳାପାଳ ଙ୍କ ନିକଟକୁ ଯାଇ ଦାବିପତ୍ର ପ୍ରଦାନ କରିବା l
ରିକ୍ସା ଅଟୋ ଓ ଟାକ୍ସି ଡ୍ରାଇଭର ମାନଙ୍କର ରୋଜଗାର ଦିନକୁ ଦିନ କମୁଛି । ତାଙ୍କର ରୋଜ ଗାର ସୁନିଶ୍ଚିତ କରିବା ଓ ସୁରକ୍ଷା ଦେବା ପାଇଁ ପଥଚ୍ୟୁତ ଅଚ୍ୟୁତଙ୍କର ପଦକ୍ଷେପ କଣ ଅଛି ବୋଲି ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ l ୫୦୦ କୋଟି ଟଙ୍କା ଅନୁଦାନରେ କେନ୍ଦ୍ର ସରକାରଙ୍କ ତତ୍ବାବଧାନରେ ମେଡ଼ିକାଲ କଲେଜ ନିର୍ମାଣଧୀନ ମେଡ଼ିକାଲରେ ଡାକ୍ତର ନାହାନ୍ତି । ଏଥିରେ ରୁଚି ନାହିଁ : ପ୍ରାଧାନ୍ୟ ନାହିଁ ହେଲେ ବେ ସରକାରୀ ମେଡିକାଲ କଲେଜ
ଖୋଲି ଲକ୍ଷ ଲକ୍ଷ ଟଙ୍କା ଡୋନେସନ୍ ଦେଇ ଶିକ୍ଷାର ବ୍ୟବସାୟକରଣ କରିବା ପାଇଁ ଚେଷ୍ଟା କରିବା ମଧ୍ଯ ଉଲ୍ଲେଖ ରହିଛି । ଏହା ଜନତାଙ୍କ ପ୍ରତି ବିଶ୍ଵାସ ଘାତକ ନୁହେଁ କି ବୋଲି ମଧ୍ଯ ଉକ୍ତ ଚାର୍ଜସିଟରେ ଉଲ୍ଲେଖ ରହିଛି l ଟିବି ମୁକ୍ତ ଯୋଜନା ଟିବି ହାରେଗା’ ଦେଶ ଜିତେଗା ନାରା, କଣ କରିପାରିଲେ ଉତ୍ତର ଦିଅନ୍ତୁ ଅଚ୍ୟୁତ ବାବୁ ।ଏଥି ସହିତ କନ୍ଧମାଳରେ ଅବହେଳିତ ଉଦ୍ୟାୋଗର ବିକାଶ ପାଇଁ ଏମଡିଏଚ କମ୍ପାନୀ ସହିତ ଚୁକ୍ତି ସ୍ଵାକ୍ଷର କରିଥିଲେ ହେଲେ ମସଲା ପ୍ରସ୍ତୁତି କେନ୍ଦ୍ର ହୋଇ ପାରିଲା ନାହିଁ, ବାଉଁଶ ରୁ କାଗଜ କଳ ପ୍ରତିଷ୍ଠା ହେଲାକି?, କୃଷି ରେ ଅବହେଳିତ କନ୍ଧମାଳ, ପର୍ଯ୍ୟଟନ ରେ ଅବହେଳିତ କନ୍ଧମାଳ, ଖେଳରେ ଅବହେଳିତ ଏବଂ ଅଣଦେଖା କନ୍ଧମାଳ ଇତ୍ୟାଦି ଅନେକ ଉଲ୍ଲେଖ ରହିଛି ପ୍ରଦତ୍ତ ଚାର୍ଜସିଟ ରେ l ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଭାଗବାନ ମହାନ୍ତି ଲିଙ୍ଗରାଜ ଦଳ ବେହେରା, ମିଡିଆ ସଂଯୋଜକ ଜଗନ୍ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.