ଆତଙ୍କୀ ପନ୍ନୁ ମାମଲା: ଭାରତୀୟ ଅଧିକାରୀଙ୍କ ନାଁ ପ୍ରକାଶ କଲା ଆମେରିକା ମିଡିଆ

add-all

ଖଲିସ୍ତାନୀ ଆତଙ୍କବାଦୀ ଗୁରପନ୍ତ ସିଂହ ପନ୍ନୁକୁ ଆମେରିକା ମାଟିରେ ହତ୍ୟା ପାଇଁ ହୋଇଥିବା ଉଦ୍ୟମ ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥା ର’ର ଜଣେ ପୂର୍ବତନ ଅଧିକାରୀ ସାମିଲ ଥିଲେ।

ସେ ଜଣେ ହିଟ୍‌ ମ୍ୟାନଙ୍କୁ ଏଥିପାଇଁ ସୁପାରି ଦେଇଥିଲେ। ଉକ୍ତ ଅଧିକାରୀ ଜଣଙ୍କ ହେଲେ ବିକ୍ରମ ଯାଦବ। ଆଜି ପ୍ରଥମଥର ପାଇଁ ଆମେରିକା ଗଣମାଧ୍ୟମ ୱାଶିଂଟନ ପୋଷ୍ଟ ବିକ୍ରମ ଯାଦବଙ୍କ ନାଁ ନେଇ ଖବର ପ୍ରକାଶ କରିଛି।

ରିପୋର୍ଟରେ ଦାବି କରାଯାଇଛି ଯେ ବିକ୍ରମ ଯାଦବ ହିଁ ହିଟ୍‌ ମ୍ୟାନଙ୍କୁ ପନ୍ନୁ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ଏଥିରେ ପନ୍ନୁର ଆମେରିକା ଠିକଣା ମଧ୍ୟ ରହିଥିଲା।

ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ କରିବା ପୂର୍ବରୁ ୱାଶିଂଟନ ପୋଷ୍ଟ ଭାରତର ବୈଦେଶିକ ମନ୍ତ୍ରଣାଳୟର ମତାମତ ଲୋଡ଼ିଥିଲା। କିନ୍ତୁ ମନ୍ତ୍ରଣାଳୟ ପକ୍ଷରୁ ସଂସ୍ଥାକୁ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇ ନାହିଁ।

୨୦୨୨ ନଭେମ୍ବର ମାସରେ ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ କରିଥିଲା ଯେ ପନ୍ନୁକୁ ହତ୍ୟା ପାଇଁ କରାଯାଇଥିବା ଉଦ୍ୟମକୁ ଆମେରିକା ପଣ୍ଡ କରି ଦେଇଛି। ଏହି ରିପୋର୍ଟରେ ଆହୁରି ଦାବି କରାଯାଇଥିଲା ଯେ ପନ୍ନୁକୁ ହତ୍ୟା କରିବା ପାଇଁ ଭାରତର ସମ୍ଭାବ୍ୟ ହାତ ଥିବା ଅନୁମାନ କରି ଆମେରିକା ସରକାର ନୂଆଦିଲ୍ଲୀ ସତର୍କ ମଧ୍ୟ କରାଇଥିଲେ।

ତେବେ ଆମେରିକା ଗଣମାଧ୍ୟମର ଏପରି ଦାବି ଭାରତ ସରକାର ବାରମ୍ବାର ଖଣ୍ଡନ କରି ଆସିଛନ୍ତି।

ad-week
Leave A Reply

Your email address will not be published.