ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଅସୁସ୍ଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

add-all

କେନ୍ଦୁଝର  : ଓଡିଶାର ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ପୁଣି ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ  ।

ଆଜି ସକାଳେ ହଟାତ ତାଙ୍କ ଦେହ ହାତ ବିନ୍ଧିବା ସହ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ିଥିଲେ। ଗତକାଲି ଅତ୍ୟଧିକ ଗରମ ଅନୁଭୂତ ହେଉଥିଲା । ତେଣୁ ଘର ଲୋକେ ଡାକ୍ତରଙ୍କ ପରାମର୍ଶ କ୍ରମେ ଓଦା କପଡାରେ ତାଙ୍କ ଶରୀରକୁ ପୋଛି ଦେଇଥିଲେ। କିନ୍ତୁ ତାପରେ ମଧ୍ୟ ସେ ଏତେ ଦୁର୍ବଳ ହୋଇ ପଡିଥିଲେ, ଯେ ବିଛଣାରୁ ଉଠି ପାରିନଥିଲେ। ସକାଳୁ ମଧ୍ୟ ଅତ୍ୟଧିକ ଦୁର୍ବଳ ହେବାରୁ ଘର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଏପ୍ରିଲ ୨ ତାରିଖରେ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । ଏବେ ପୁଣି ଥରେ ତାଙ୍କୁ ସ୍ଵାସ୍ଥ୍ୟ ଖରାପ ହୋଇଛି । କହିରଖୁଛୁ ଯେ, ନିଜର ଅକ୍ଲାନ୍ତ ପରିଶ୍ରମ ଓ ଚେ଼ଷ୍ଟା ଦ୍ଵାରା କଣ୍ଢେଇ ନୃତ୍ୟକୁ ବିଶ୍ଵ ଦରବାରରେ ପରିଚିତ କରିଥିବାରୁ ତାଙ୍କୁ କେନ୍ଦ୍ର ସରକାର ଗତବର୍ଷ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ।

ad-week
Leave A Reply

Your email address will not be published.