ଜମ୍ମୁ କଶ୍ମୀରରେ ଲଗାଣ ବର୍ଷା ପରେ ଭୂସ୍ଖଳନ, ୫ ମୃତ

add-all

ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଓ ବନ୍ୟା କାରଣରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ଏକାଧିକ ଲୋକ ଆହତ ହୋଇଥିବା ବେଳେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ଶହ ଶହ ଲୋକେ ପ୍ରଭାବିତ ହୋଇଛନ୍ତି।

ସୂଚନା ଅନୁସାରେ, ଗତ ତିନି ଦିନ ହେବ ଜମ୍ମୁ କଶ୍ମୀରରେ ବର୍ଷା ଜାରିରହିଛି। ବର୍ଷା ସାଙ୍ଗକୁ ଅନେକ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଡୋଡା, ରିଆସି, କିଶତ୍ୱାର, ରାମବାନ ଏବଂ ବାରମୁଳା ସମେତ ଅନେକ ପାହାଡ଼ିଆ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ରାସ୍ତାରେ ଏକାଧିକ ସ୍ଥାନରେ ଭୂସ୍ଖଳନ କାରଣରୁ ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥ ଗତ ତିନି ଦିନ ହେବ ବନ୍ଦ ରହିଛି।

ସେପଟେ କୁପୱାଡାରେ ଜଳ ସ୍ତର ହ୍ରାସ ପାଇବା ପରେ ଲୋକମାନେ ନିଜ ନିଜ ଘରକୁ ଫେରିଛନ୍ତି। ତଥାପି ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିପାରି ନାହି।ବିଭିନ୍ନ ଜିଲ୍ଲାରେ ସ୍କୁଲ୍-କଲେଜ ଛୁଟି ଘୋଷଣା କରାଯାଇଛି। କଶ୍ମୀର ୟୁନିର୍ଭସିଟିରେ ୩୦ ଏପ୍ରିଲରେ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। 

ad-week
Leave A Reply

Your email address will not be published.