ହିଞ୍ଜିଳିକାଟୁ ୩୦/୪ : ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକ କୃଷ୍ଣଛାଇ ଗ୍ରାମ ସରକାରୀ ଊନୀତ ଉଚ୍ଚ ବିଦ୍ୟାଳୟ ଠାରେ ମଙ୍ଗଳବାର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିବାକର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍କୁଲ ପରିଚାଳନା କମିଟି ସଭାପତି ସୂର୍ଯ୍ୟ କୁମାର ଗୈ।ଡ଼ ଯୋଗଦେଇ ଥିଲେ। ଉକ୍ତ ସଭାକୁ ଶିକ୍ଷକ ଡାନିଏଲ ମଣ୍ଡଳ ପରିଚାଳନା କରିଥିବା ବେଳେ ଶିକ୍ଷକ ଅରୁଣ କୁମାର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷକ ଧୋବା ପାଢିଙ୍କ ଚାକିରି କାଳ ଶେଷ ହେବାରୁ ତାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଦେବାଶିଷ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଶିକ୍ଷକ ମନୋଜ କୁମାର ମଣ୍ଡଳ, ଇତିଶ୍ରୀ ଵରାଡ, ଅନିତା ସ୍ଵାଇଁ, କମଳେସ ବେପାରୀଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
